‘ଡାକ୍ତରଙ୍କ ନିର୍ଯାତନା ସହି ନ ପାରି ଆଖି ବୁଜିଲା ମୋ’ ସ୍ତ୍ରୀ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ମାନସିକ ନିର୍ଯାତନା ଦେଇ ଡାକ୍ତର ମୋ ପତ୍ନୀଙ୍କୁ ମାରିଦେଲେ। ମୋ’ ପତ୍ନୀଙ୍କ ମୃତ୍ୟୁ ପାଇଁ ପାରାଦୀପ ପୋର୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ହିଁ ଦାୟୀ।’  ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ଷ୍ଟାଫ୍ ନର୍ସ ନିବେଦିତା ଜେନାଙ୍କ ମୃତ୍ୟୁ ପରେ ତୀବ୍ର ଉତ୍ତେଜନା ଦେଖାଯାଇଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ। ଗତକାଲି ଅପରାହ୍ନରେ ଡ୍ୟୁଟି ବେଳେ ନିବେଦିତା ଅସୁସ୍ଥ ହୋଇପଡିଥିଲେ । ପୋର୍ଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ […]

nurse-

Niharika Rout
  • Published: Sunday, 13 March 2022
  • , Updated: 13 March 2022, 02:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ମାନସିକ ନିର୍ଯାତନା ଦେଇ ଡାକ୍ତର ମୋ ପତ୍ନୀଙ୍କୁ ମାରିଦେଲେ। ମୋ’ ପତ୍ନୀଙ୍କ ମୃତ୍ୟୁ ପାଇଁ ପାରାଦୀପ ପୋର୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ହିଁ ଦାୟୀ।’  ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ଷ୍ଟାଫ୍ ନର୍ସ ନିବେଦିତା ଜେନାଙ୍କ ମୃତ୍ୟୁ ପରେ ତୀବ୍ର ଉତ୍ତେଜନା ଦେଖାଯାଇଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ।

ଗତକାଲି ଅପରାହ୍ନରେ ଡ୍ୟୁଟି ବେଳେ ନିବେଦିତା ଅସୁସ୍ଥ ହୋଇପଡିଥିଲେ । ପୋର୍ଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରୁ ଏମ୍ସ ଏବଂ ଏମ୍ସରୁ ଅନ୍ୟ ଏକ ଘରୋଇ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି  । ହସ୍ପିଟାଲ ପରିସରରେ ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ ଚଳାଇଛନ୍ତି।  ଏନେଇ ନିବେଦିତାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରୁଛି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମାଧାନର ସୂତ୍ର ବାହାରି ନ ଥିବା ଜଣାପଡ଼ିଛି।

[caption id="attachment_720076" align="aligncenter" width="650"] ନିବେଦିତା ଜେନା । (ଫାଇଲ ଫଟୋ)[/caption]

ନର୍ସଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ଦାୟୀ କରୁଛନ୍ତି ପରିବାର ଲୋକେ । ଡାକ୍ତର ତାଙ୍କୁ ଦୀର୍ଘ ଦିନରୁ ମାନସିକ ନିର୍ଯାତନା ଦେବାରୁ ବ୍ଲଡ୍ ପ୍ରେସର ହୋଇ ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏପରିକି ଡାକ୍ତରଙ୍କୁ ସସ୍‌ପେଣ୍ଡ କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ ଗତକାଲି ନର୍ସଜଣକ ଅସୁସ୍ଥ ହେବା ପରେ ଚିକିତ୍ସା ବେଳେ ଜାଣିଶୁଣି ତାଙ୍କୁ ମାରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି  । ନ୍ୟାୟ ଦାବିରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

ସୂଚନାଯୋଗ୍ୟ, ନିବେଦିତା ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ କଣ୍ଟ୍ରାକଚୁଆଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ।  ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ସବୁବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ପରିବାର ସଦସ୍ୟଙ୍କୁ ଜଣାଉଥିଲେ।  ହଠାତ୍‌  ଏପରି ଅଘଟଣ ଘଟିଯାଇଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକ ।

https://youtu.be/3Fr3UTCgTck

Related story