Advertisment

ମଞ୍ଚ ଦୁଲୁକାଉଥିଲେ ସଞ୍ଜୁ , ସବୁ ସାରିଦେଲା କରୋନା

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଯାତ୍ରା କଳାକାରଙ୍କୁ କାଳ ହୋଇଛି କରୋନା।  ପେଣ୍ଡାଲ ଦୁଲୁକୁନିକି। ଚିକମିକ୍‌ ଆଲୁଅରେ ରଙ୍ଗିନ୍ ହେଉନି ଷ୍ଟେଜ୍‌। ନାହାନ୍ତି ଦର୍ଶକ। କମ୍ପୁନାହିଁ ମାହୋଲ। ଦୀର୍ଘଦିନ ଧରି ଯାତ୍ରା ବନ୍ଦ ଥିବାରୁ ଅନେକ କାଳାକାର ଅପେକ୍ଷା କରି ପେଟପାଟଣା ପାଇଁ ଅଲଗା ବୃତିକୁ ଆପଣେଇ ନେଲେଣି। କିଏ ମାଛ ଚାଷ ତ ଆଉ କିଏ ପରିବା ବେପାର କଲେଣି।  ଯାତ୍ରା ବନ୍ଦ ହୋଇଯିବାରୁ ଅଭିନେତା ଦମ୍ପତି ସୁଶାନ୍ତ ମହାନ୍ତି ଓ ପତ୍ନୀ ସଞ୍ଜୁ ମହାନ୍ତି ଏବେ ପରିବା […]

ଅଦ୍ୟତନ ହୋଇଛି
ମଞ୍ଚ ଦୁଲୁକାଉଥିଲେ ସଞ୍ଜୁ , ସବୁ ସାରିଦେଲା କରୋନା

79

Advertisment

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଯାତ୍ରା କଳାକାରଙ୍କୁ କାଳ ହୋଇଛି କରୋନା।  ପେଣ୍ଡାଲ ଦୁଲୁକୁନିକି। ଚିକମିକ୍‌ ଆଲୁଅରେ ରଙ୍ଗିନ୍ ହେଉନି ଷ୍ଟେଜ୍‌। ନାହାନ୍ତି ଦର୍ଶକ। କମ୍ପୁନାହିଁ ମାହୋଲ। ଦୀର୍ଘଦିନ ଧରି ଯାତ୍ରା ବନ୍ଦ ଥିବାରୁ ଅନେକ କାଳାକାର ଅପେକ୍ଷା କରି ପେଟପାଟଣା ପାଇଁ ଅଲଗା ବୃତିକୁ ଆପଣେଇ ନେଲେଣି। କିଏ ମାଛ ଚାଷ ତ ଆଉ କିଏ ପରିବା ବେପାର କଲେଣି।  ଯାତ୍ରା ବନ୍ଦ ହୋଇଯିବାରୁ ଅଭିନେତା ଦମ୍ପତି ସୁଶାନ୍ତ ମହାନ୍ତି ଓ ପତ୍ନୀ ସଞ୍ଜୁ ମହାନ୍ତି ଏବେ ପରିବା ବେପାର କରୁଛନ୍ତି।

Advertisment

[caption id="attachment_654492" align="alignnone" width="683"]publive-image ଅଭିନେତା ଦମ୍ପତି ସୁଶାନ୍ତ ମହାନ୍ତି ଓ ପତ୍ନୀ ସଞ୍ଜୁ ମହାନ୍ତି ଏବେ ପରିବା ବେପାର କରୁଛନ୍ତି[/caption]

ଜଗତସିଂହପୁରଜିଲ୍ଲାର ବାଲିକୁଦା ବ୍ଳକ ଅନ୍ତର୍ଗତ ବରଗୁଡିପଡା ଗ୍ରାମର ସୁଶାନ୍ତ ମହାନ୍ତିଙ୍କ ପତ୍ନୀ ସଞ୍ଜୁ । ୧୦ ବର୍ଷ ବୟସରୁ ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ଅପେରା ମା ତାରିଣୀ, ବାଘାଜତିନ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଇଷ୍ଟର୍ଣ୍ଣ ଭାଓଲେଟ ଏବଂ ଧଉଳି ଗଣନାଟ୍ୟ ଭଳି ପ୍ରତିଷ୍ଠିତ ଯାତ୍ରା ପାର୍ଟିରେ ଅଭିନୟ କରି ସଫଳତା ପାଇଥିଲେ ସଞ୍ଜୁ । ସ୍ୱାମୀ ସୁଶାନ୍ତ ମଧ୍ୟ ଯାତ୍ରାରେ ଅଭିନୟ କରିବା ସହିତ ଯାତ୍ରା ପରିଚାଳକ ଭାବେ କାମ କରୁଥିଲେ । ହେଲେ କରୋନା ପାଇଁ ଯାତ୍ରା ବନ୍ଦ ହୋଇଯିବାରୁ ଏବେ ଉଭୟ ପରିବା ବ୍ୟବସାୟ କରି ପେଟ ପୋଷୁଛନ୍ତି । ଅପେକ୍ଷା କରିଛନ୍ତି କେବେ ପୁଣି ଯାତ୍ରା ହେବ ଏବଂ ସେମାନେ ମଞ୍ଚକୁ ଫେରିବେ।

Advertisment
Jollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe