Advertisment

ପ୍ରତିବାଦ ପରେ ଚେତିଲା ପ୍ରଶାସନ, ହଟିବ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାରରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦର ଅବସାନ ହୋଇଛି। ସେହି ସ୍ଥାନରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ବିବାଦର ଅନ୍ତ ଘଟିଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ନେଇ ବିଗତ ୫ ଦିନ ଧରି ବିବାଦ ଦେଖାଇଥିଲା। ଗୋପବନ୍ଧୁଙ୍କ ପରି ଜଣେ […]

ଅଦ୍ୟତନ ହୋଇଛି
ପ୍ରତିବାଦ ପରେ ଚେତିଲା ପ୍ରଶାସନ, ହଟିବ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି

bishnu-das

Advertisment

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାରରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦର ଅବସାନ ହୋଇଛି। ସେହି ସ୍ଥାନରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ବିବାଦର ଅନ୍ତ ଘଟିଛି।

Advertisment

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ନେଇ ବିଗତ ୫ ଦିନ ଧରି ବିବାଦ ଦେଖାଇଥିଲା। ଗୋପବନ୍ଧୁଙ୍କ ପରି ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିବ ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଉଠିଥିଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା। ସେହିପରି କଂଗ୍ରେସ ତରଫରୁ ମଧ୍ୟ ସମାନ ଦାବିରେ ଧାରଣା ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହାସତ୍ତ୍ୱେ ଗତକାଲି କିଛି ମହିଳା ଉକ୍ତ ସ୍ଥାନକୁ ଯାଇ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଥିଲେ। ଫଳରେ ଏହାକୁ ନେଇ ଜିଲ୍ଲାବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଉନ୍ମୋଚିତ ହୋଇଥିବା ପ୍ରତିମୂର୍ତ୍ତିକୁ ପୁନର୍ବାର ଘୋଡାଇ ଦିଆଯିବା ସହିତ ଯଥାଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରଘୁନାଥପୁର ବିଡିଓ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe