dogs1
ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପରେ ବ୍ୟାପୁଛି ପାର୍ଭୋ ଭାଇରସ । ଏହି ଭାଇରସ ନେଉଛି କୁକୁରଙ୍କ ଜୀବନ । ପାର୍ଭୋ ଭୂତାଣ ପ୍ରଭାବରେ ସହରରେ ପୋଷା ଓ ବୁଲା କୁକୁରଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ପାରାଦୀପ ସହ କୁଜଙ୍ଗ ଅଂଚଳରେ କୁକୁରଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଲକ୍ଷଣ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ କୁକୁରମାନେ ମୃତ୍ୟୁମୁଖରେ ପଡୁଛନ୍ତି । ପୋଷା କୁକୁରଙ୍କ ଚିକିତ୍ସା ପରେ କିଛି ସୁସ୍ଥ ହୋଇଥିବାବେଳେ ଅନେକ ବୁଲା କୁକୁର ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ବାୟୁ ଦ୍ୱାରା ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ ଟୀକାକରଣ ଦ୍ୱାରା କୁକୁରଙ୍କ ଜୀବନ ବଂଚାଯାଇପାରିବ ବୋଲି କହିଛନ୍ତି ବିଶେଷଜ୍ଞ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/dogs1-1.jpg)