Advertisment

ମାମୁ ଘରକୁ ଆସିବା କାଳ ହେଲା, ନଦୀରେ ବୁଡ଼ିଗଲେ ଯୁବକ

ପାରାଦୀପ(ରମାକାନ୍ତ ନାୟକ): କାଲି ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ଆଜି ସେ ଘରେ ଅସମ୍ଭବ ନୀରବତା। ପରିବାର ଲୋକଙ୍କ ବୁକୁ ଫଟା କ୍ରନ୍ଦନରେ ଫାଟି ପଡ଼ୁଛି ପରିବେଶ।  ମାମୁ ପୁଅ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହସଖୁସିରେ ଆସିଥିବା ଯୁବକ ନଦୀର ଅକାତ ପାଣିରେ ବୁଡ଼ିଗଲେ। ମିଳିନୁ ପତ୍ତା। ପୁଅ ଫେରିବ କି ନାହିଁ ସେହି କଥା ଭାବି ମା’ ମୁଣ୍ଡ ପିଟୁଥିବା ବେଳେ ଦମକଳବାହିନୀ ଖୋଜି ଖୋଜି ନୟାନ୍ତ ହେଲେଣି। ଏପରି ହୃଦୟ ବିଦାରକ […]

author-image
Niharika Rout
ଅଦ୍ୟତନ ହୋଇଛି
ମାମୁ ଘରକୁ ଆସିବା କାଳ ହେଲା, ନଦୀରେ ବୁଡ଼ିଗଲେ ଯୁବକ

drowned

ପାରାଦୀପ(ରମାକାନ୍ତ ନାୟକ): କାଲି ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ଆଜି ସେ ଘରେ ଅସମ୍ଭବ ନୀରବତା। ପରିବାର ଲୋକଙ୍କ ବୁକୁ ଫଟା କ୍ରନ୍ଦନରେ ଫାଟି ପଡ଼ୁଛି ପରିବେଶ।  ମାମୁ ପୁଅ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହସଖୁସିରେ ଆସିଥିବା ଯୁବକ ନଦୀର ଅକାତ ପାଣିରେ ବୁଡ଼ିଗଲେ। ମିଳିନୁ ପତ୍ତା। ପୁଅ ଫେରିବ କି ନାହିଁ ସେହି କଥା ଭାବି ମା’ ମୁଣ୍ଡ ପିଟୁଥିବା ବେଳେ ଦମକଳବାହିନୀ ଖୋଜି ଖୋଜି ନୟାନ୍ତ ହେଲେଣି। ଏପରି ହୃଦୟ ବିଦାରକ ଘଟଣା ଆଜି ସକାଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଘଟିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି  ଆଶୁତୋଷ ମହାପାତ୍ର ।

Advertisment

ଆଶୁତୋଷଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ପଳାସପୁରରେ ହୋଇଥିବା ବେଳେ  ସେ ଯୁକ୍ତ ୨ ଛାତ୍ର। ମାମୁ ପୁଅ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଗତକାଲି କୁଜଙ୍ଗ ସାହାରାଡିହା ଆସିଥିଲେ। ଆଜି ସକାଳେ ପ୍ରାୟ ୮ଟାରେ ଆଶୁତୋଷ ଜଣେ ସମ୍ପର୍କୀୟଙ୍କ ସହ ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ୨ ଯୁବକ ବୁଡ଼ି ଯାଉଥିଲେ। ଏହାଦେଖି ସେଠାରେ ମାଛ ମାରୁଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଶୁତୋଷଙ୍କ ପତ୍ତା ମିଳିପାରିନି।

ଖବର ପାଇ କୁଜଙ୍ଗ ପୁଲିସ୍‌ ଓ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ବି ଆଶୁତୋଷଙ୍କର ପତ୍ତା ମିଳିପାରିନି ।  ପରିବାର ଲୋକେ ଆଶା ଆଶଙ୍କାର ସହ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି।

Advertisment