Advertisment

ମା’କୁ ହାଣି ଦେଲା ପୁଅ

ଆକ୍ରମଣକାରୀ ପୁଅ ଅଂଶୁମାନ ବେହେରା ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା। ପଣତ କାନିରେ ମୁହଁ ପୋଛି ଦେଉଥିଲା। ପୁଅର ସବୁ ଅଳିଅଝଟ ସହୁଥିଲା।ଆଜି ସେହି ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଲକ୍ ଥାନା ଅନ୍ତର୍ଗତ କୁମ୍ଭାର ସାହିରେ। ମୃତ ମହିଳା ଜଣଙ୍କ ହେଲେ ସୁଲୋଚନା ଦେବୀ। ସେ ପାରାଦୀପଗଡ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ଅଭିଯୁକ୍ତ ପୁଅ ଅଂଶୁମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ସୁଲୋଚନା ଦାଣ୍ଡ ପିଣ୍ଡାରେ ବସି ଶାଗ ବାଛୁଥିଲେ। ଏହି ସମୟରେ ଅଂଶୁମାନ ଆସି ମା’ ମୁଣ୍ଡ ଓ ବେକକୁ କୁଟୁରିରେ ଚୋଟ ପକାଇଥିଲେ। ପରିବାର ଲୋକେ ପାଟି ଶୁଣି ଦୌଡ଼ି ଆସିଥିଲେ। ସେତେବଳକୁ ସୁଲୋଚନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା।

ଆକ୍ରମଣକାରୀ ପୁଅ ଅଂଶୁମାନ ବେହେରା ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି। ଗତକାଲିଅଂଶୁମାନଙ୍କ  ବୁଢି ମାଆର ଶ୍ରାଦ୍ଧ ଥିଲା। ବ୍ରାହ୍ମଣ ଅଂଶୁମାନ ମୁଣ୍ଡରେ ଚନ୍ଦନ ଲଗାଇ ଦେଇଥିଲେ। ସେହି ଘଟଣାରେ ଗତକାଲି ଠାରୁ ଉତକ୍ଷିପ୍ତ ଥିଲେ ଅଂଶୁମାନ। ଆଜି ସକାଳୁ ନିଜ ମାଆ ଉପରେ ରାଗ ସାରିଥିଲା ବୋଲି କୁହାଯାଉଛି। ପାରାଦୀପ ଅତିରିକ୍ତ ଏସପି ଏବଂ ଲକ୍ ଥାନା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି।

Advertisment
Murder Jagatsinghpur , Odisha Police