Lightning
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ ବଜ୍ରପାତରେ ୩ଟି ପରିବାରର ୫ବଖରା ଘର ଜଳିଯାଇଛି। ନିଆଁରେ ପୋଡ଼ି ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ମା’ ଲତା ପରିଡା, ୨ପୁଅ ଲିଟୁନା ପରିଡ଼ା ଓ ବୁଟୁ ପରିଡ଼ା। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତି ପ୍ରାୟ ୩ଟା ସମୟରେ ବରିହାଡିହା ଗାଁରେ କାଳବୈଶାଖୀ ହୋଇଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ମା’ ୨ ପୁଅ ଘରେ ଶୋଇଥିଲେ। ଘରେ ନିଆଁ ଲାଗିଯିବା ଯୋଗୁ ମା’ ଓ ୨ପୁଅ ପୋଡ଼ି ଯାଇଥିଲେ। ଗ୍ରାମବାସୀ ପହଞ୍ଚି ମା’ ଓ ୨ପୁଅକୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଘରେ ଥିବା ରୋଷେଇ ଗ୍ୟାସର ସିଲିଣ୍ଡର ଫାଟି ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କ୍ଷୟକ୍ଷତି ଆକଳନ କରି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lightning_1685158214.jpg)