Advertisment

ପାରିବାରିକ ଗଣ୍ଡଗୋଳରୁ ହେଲା ଏସିଡ ମାଡ଼, ଆକ୍ରମଣକାରୀଙ୍କ ସମେତ ୫ ଆହତ

ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୨ ପଡ଼ୋଶୀ ଏସିଡ ଆଣି ବୃଦ୍ଧ ବାପାମା’ ଓ ଝିଅଙ୍କ ଉପରକୁ ଫୋପାଡ଼ିଥିଲେ।

Acid

Acid

Advertisment

ପାରିବାରିକ ଗଣ୍ଡଗୋଳ ନେଲା ସାଂଘାତିକ ରୂପ । ଦୀର୍ଘ ଦିନର କଳହ କୁହୁଳି କୁହୁଳି ଶେଷରେ ଏସିଡ ମାଡ଼ର ରୂପ ନେଲା। ଏଥିରେ ଆକ୍ରମଣକାରୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅରଡା ଗ୍ରାମରେ ଗତ ରାତିରେ ଘଟିଛି।

Advertisment

ଆହତମାନେ ହେଲେ ବିପିନ ପଣ୍ଡା,ତାଙ୍କ ସ୍ତ୍ରୀ ଆଶାଲତା ଓ ଝିଅ ଜୟଶ୍ରୀ ପଣ୍ଡା ଓ ୨ ଆକ୍ରମଣକାରୀ । ଆହତମାନଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠି କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଜଗତସିଂହପୁର ମେଡିକାଲକୁ ପଠାଯାଇଥିଲା। ତେବେ ବିପିନ ଏବଂ ତାଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଝିଅକୁ ଘରକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି। ଏହାକୁ ନେଇ ପୂର୍ବରୁ ବି ଉଭୟ ପକ୍ଷ ଥାନାରେ ମାମଲା କରିଥିବା ଜଣାଯାଇଛି।

Advertisment

ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୨ ପଡ଼ୋଶୀ ଏସିଡ ଆଣି ବୃଦ୍ଧ ବାପାମା’ ଓ ଝିଅଙ୍କ ଉପରକୁ ଫୋପାଡ଼ିଥିଲେ। ଏଥିରେ ଉକ୍ତ ୩ ଜଣଙ୍କ ସମେତ ୩ ଆକ୍ରମଣକାରୀ ବି ଆହତ ହୋଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇନି।

Acid Attack Jagatsinghpur Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe