Advertisment

‘ମନ୍ତ୍ରୀ, ବିଧାୟକ ଓ ସଚିବ ମଧ୍ୟରେ କିଏ ବଡ଼? ଉତ୍ତର ଦେଉ ବିଜେଡି’

୫ଟି ସଚିବ ପାଣ୍ଡିଆନ ଆଜିଠୁ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
protest

protest

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଛି ଯୁବ ବିଜେପି ମୋର୍ଚ୍ଚା। କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।

Advertisment

ରାହାମାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବିରୋଧ କରିଥିବା ବେଳେ ପାରାଦୀପ ଏଡିଏମ୍‌ ଅଫିସ ଆଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍‌ର ନାରା ଦେଇଛନ୍ତି।

୫-ଟି ସଚିବ ପାଣ୍ଡିଆନ ଆଜିଠୁ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ସକାଳ ୯ଟା ୩୦ ମିନିଟ୍‌ରେ ସେ ହେଲିକପ୍ଟରରେ ଏରସମା ବ୍ଳକର ଶିଆଳିଠାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୪୦ମିନିଟ ରହିବା ପରେ ପାରାଦ୍ୱୀପ ଗସ୍ତରେ ଯାଇଛନ୍ତି ୫-ଟି ସଚିବ। ପାଣ୍ଡିଆନଙ୍କ ଭଳି ଜଣେ ସଚିବଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରି ରାହାମାଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବ୍ଲାଜ ଡେ ପାଳନ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ଵେଲୁନ ଉଡ଼ାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।

Advertisment

ପାରାଦୀପ ବିଜେପି ଯୁବ ମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସ କହିଛନ୍ତି, ଓଡ଼ିଶାରେ ବିଧାୟକ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ଥିବାବେଳେ ଜଣେ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି ଓ ତାଙ୍କ ପାଇଁ ଯେପରି ଆୟୋଜନ କରାଯାଉଛି, ତାହା ଦୁର୍ଭାଗ୍ୟଜନକ। ଜଗତସିଂହପୁର ଜିଲ୍ଲାର ୪ ଜଣ ବିଧାୟକ ଓ ସାଂସଦ ଅଛନ୍ତି। ହେଲେ ସେମାନେ କେବେ ଜଗତସିଂହପୁର ଜିଲ୍ଲାର ସମସ୍ୟାରେ ବିଷୟରେ ବିଧାନସଭା ହେଉ ବା ସାଂସଦରେ କେଉଁଠି ପ୍ରଶ୍ନ ଉଠାଇ ନାହାନ୍ତି। ହେଲେ ଜଣେ ସଚିବ ପାଇଁ ସେମାନେ ଯେପରି ତତ୍‌ପର ହୋଇ ପଡ଼ୁଛନ୍ତି ଏହା ଦେଖି ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଜଣେ ବିଧାୟକ ବଡ଼ ନା ଜଣେ ସଚିବ ବଡ଼? ମନ୍ତ୍ରୀ ବଡ଼ ସଚିବ ବଡ଼ ଏହାର ଉତ୍ତର ଦିଅନ୍ତୁ।

ସେହିପରି ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ରତାପ ଦାସ କହିଛନ୍ତି, ୫-ଟି ସଚିବ ଯଦି ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି, ତାହାହେଲେ ଚାକିରି ଛାଡ଼ି ଲୋକଙ୍କ ସେବା କରନ୍ତୁ।

BjD State Bjp Jagatsinghpur