/odisha-reporter/media/post_attachments/uploadimage/library/16_9/16_9_0/Blast_1683947248.jpg)
Blast
ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।
Advertisment
ଗତକାଲି ଚନ୍ଦନ ଯାତ୍ରା ଥିବାରୁ ନିକଟରେ ଥିବା ପୋଖରୀରେ ମା’ଙ୍କର ଚାପ ଖେଳ ଚାଲିଥିଲା। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ଶହଶହ ଲୋକେ ପୋଖରୀ ଚାରିପାଖେ ଠିଆ ହୋଇ ମା’ଙ୍କର ଚାପ ଖେଳ ଦେଖୁଥିଲେ। ଏହି ସମୟରେ ବାଣୁଆ ପୋଖରୀ ନିକଟରେ ବାଣ ଫୁଟାଉଥିଲା। ହଠାତ୍ ନିଆଁ ବାଣ ଗଦା ଉପରେ ପଡ଼ି ଯାଇଥିଲା। ପରେ ଜୋରରେ ବିସ୍ଫୋରଣ ହୋଇଥିଲା।
ନିକଟରେ ଥିବା ଲୋକଙ୍କ ଉପରେ ଏହି ନିଆଁ ପଡ଼ିଯାଇଥିଲା। ଅଘଟଣରେ ୮ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଗଜତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
