Advertisment

ସଞ୍ଜବତୀରୁ ଲାଗିଲା ନିଆଁ, ଗାଡ଼ିରେ ପେଟ୍ରୋଲ ପକାଉଥିବା ବ୍ୟକ୍ତି ଓ ଦୋକାନୀ ଜଳିଗଲେ

ବାଇକରେ ତେଲ ପକାଉଥିବା ବେଳେ ସଂଜ ବତୀରୁ ନିଆଁ ଧରି ଗୋଟିଏ ପରିବାରର ୩ ଜଣଙ୍କୁ ମିଶାଇ ମୋଟ ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
fire broke out

fire broke out

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା। ବାଇକରେ ତେଲ ପକାଉଥିବା ବେଳେ ସଂଜ ବତୀରୁ ନିଆଁ ଧରି ଗୋଟିଏ ପରିବାରର ୩ ଜଣଙ୍କୁ ମିଶାଇ ମୋଟ ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ସୂଚନା ଅନୁସାରେ ମଠ ତର୍ତ୍ତଙ୍ଗ ଗ୍ରାମ ଛକରେ ପ୍ରଦୀପ୍ତ ସେଠୀଙ୍କ ଦୋକାନ ରହିଛି। ସେ ଦୋକାନରେ ବିଭିନ୍ନ ଜିନିଷ ସହ ପେଟ୍ରୋଲ ମଧ୍ୟ ବିକ୍ରି କରନ୍ତି। ଆଜି ସନ୍ଧ୍ୟାରେ ପାପୁନି ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକରେ ପେଟ୍ରୋଲ ପକାଇବାକୁ ଉକ୍ତ ଦୋକାନକୁ ଆସିଥିଲେ। ପେଟ୍ରୋଲ କିଣି ନେଇ ପକାଉଥିବା ବେଳେ ସେହିପଟେ ଜଣେ ମହିଳା ସଞ୍ଜ ବତୀ ନେଇ ଆସୁଥିଲେ। ହାଲକା ପବନ ଦେଉଥିବାରୁ ହଠାତ ସଞ୍ଜ ବତୀ ନିଆଁ ପେଟ୍ରୋଲ ସଂସ୍ପର୍ଶରେ ଆସିଯାଇଥିଲା। ତେଣୁ ବାଇକ ହୁତହୁତ ହୋଇ ଜଳିବାକୁ ଲାଗିଥିଲା।

ତେଣୁ ପେଟ୍ରୋଲ ପକାଇଥିବା ପାପୁନିଙ୍କ ସମେତ ପାଖରେ ଠିଆ ହୋଇଥିବା ଦୋକାନ ମାଲିକ ପ୍ରଦୀପ୍ତଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ପ୍ରଦୀପ୍ତଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କର ଦୁଇ ନାବାଳକ ପୁଅ ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପାପୁନି, ପ୍ରଦୀପ୍ତ ଏବଂ ତାଙ୍କର ଜଣେ ନାବାଳକ ପୁଅକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

Advertisment
Fire Breakout Fire Mishap