Advertisment

ବିଜେପିର ପୂର୍ବତନ ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ଗତକାଲି ବିଳମ୍ବିତ ରାତିରେ ଅଜିତ ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପାରାଦୀପ ଜଗନ୍ନାଥ ମନ୍ଦିର ନିକଟ ବଙ୍ଗାଳିପଡା ବସ୍ତି ନିକଟରେ ୬ରୁ ୭ ଜଣ ଯୁବକ ତାଙ୍କୁ ଅଟକାଇଥିଲେ।

author-image
Tapaswini Nayak
Ajit Das

Ajit Das

ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ଅଜିତଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି। ଏହାସହ ତାଙ୍କ ହାତ, ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଅଜିତ ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପାରାଦୀପ ଜଗନ୍ନାଥ ମନ୍ଦିର ନିକଟ ବଙ୍ଗାଳିପଡା ବସ୍ତି ନିକଟରେ ୬ରୁ ୭ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ଯୁବକମାନେ ଅତର୍କିତ ଭାବେ ଅଜିତଙ୍କୁ ଲୁହା ରଡ୍ ଏବଂ କାଠ ଫାଳିଆରେ ନିର୍ଧୂମ ମାଡ଼ ମାରିଥିଲେ। ପରେ ସେଠାରୁ ଯୁବକମାନେ ଚମ୍ପଟ ମାରିଥିଲେ।

ଅଜିତ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାସହ ଅଜିତଙ୍କୁ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ରାଜନୈତିକ ଶତ୍ରୁତା କାରଣ ଯୋଗୁ ଅଜିତଙ୍କୁ ଯୁବକମାନେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। କେଉଁ କାରଣ  ପାଇଁ ଯୁବକମାନେ ଅଜିତଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Bjp Jagatsinghpur Miscreants Attacked