Advertisment

ଘନ କୁହୁଡ଼ି ଯୋଗୁ ଅଘଟଣ, ଟ୍ରେଲରରେ ପିଟି ହେଲା ଆମ୍ବୁଲାନ୍ସ

ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ଟ୍ରେଲରରେ ପିଟି ହୋଇ ଯାଇଥିଲା । ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ଘନ କୁହୁଡ଼ି ଯୋଗୁ ଘଟିଲା ଅଘଟଣ । ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ପିଟି ହୋଇଗଲା ଏକ ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାସ୍ତା ଜୟପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, କୁଜଙ୍ଗ ମେଡ଼ିକାଲର ୧୦୮ ଆମ୍ବୁଲାନ୍ସ ପାରାଦ୍ୱୀପ ମେଡିକାଲରୁ ରୋଗୀ ନେଇ ଆଜି ଭୋରରୁ କଟକ ଅଭିମୁଖେ ଯାଉଥିଲା। ମାତ୍ର ଜୟପୁର ଛକ ନିକଟରେ ରହିଥିବା ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ଟ୍ରେଲରରେ ପିଟି ହୋଇ ଯାଇଥିଲା ।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସର ଛାତ ଉଡ଼ି ଯାଇଥିଲା। ଏହି ସମୟରେ ଆମ୍ବୁଲାନ୍ସରେ ସମୁଦାୟ ୬ ଜଣ ଥିବାବେଳେ ଡ୍ରାଇଭର, ଫାର୍ମାସିଷ୍ଟ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛି। ଏହାପରେ ଅନ୍ୟ ଆମ୍ବୁଲାନ୍ସରେ ରୋଗୀ, ତାଙ୍କ ସମ୍ପର୍କୀୟ ଏବଂ ଆହତମାନଙ୍କୁ କଟକ ମେଡ଼ିକାଲ ନିଆଯାଇଛି । ସେଠାରେ ଆହତମାନଙ୍କୁ ଚିକିତ୍ସା କରାଯାଇଛି ଏବଂ ସମସ୍ତେ ଭଲଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Accident Roadaccident Jagatsinghpur