Advertisment

ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଚାଲିଗଲା ମାଲିକଙ୍କ ଜୀବନ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Explosion

Explosion

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

Advertisment

ତୃତୀୟ ମୃତକଙ୍କ ନାଁ ସୁଶାନ୍ତ ପୃଷ୍ଟି। ସେ ସେହି ବାଣ କାରଖାନାର ମାଲିକ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ଫେବ୍ରୁଆରୀ ୨୮ ତାରିଖ ଅପରାହ୍ଣରେ ଏହି ଘଟଣା ଘଟିଥିଲା। ବାଣ କାରଖାନାରେ ବାଣ ତିଆରି କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଥିଲା। ବାଣ କାରଖାନାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଦିଲୀପ ମହାନ୍ତି ଓ ବୁଲୁ ଦାସଙ୍କର ମୃତ୍ୟୁ ଘଟିଥିଲା। ବାଣ କାରଖାନା ମାଲିକ ସୁଶାନ୍ତ ପୃଷ୍ଟି ଓ ଅନ୍ୟ ଜଣେ କର୍ମଚାରୀ ଦୀନବନ୍ଧୁ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସୁଶାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଦୀନବନ୍ଧୁ ଦାସ ଏବେ ବି କଟକରେ ଚିକିତ୍ସିତ ହେଉଛନ୍ତି।

Advertisment
Fire Breakout Jagatsinghpur Fire Mishap Firecracker Explosion