Advertisment

ସେଣ୍ଟ୍ରାଲ ଫୋରେନସିକ୍‌ ସାଇନ୍ସ ଲ୍ୟାବ୍‌ ଯିବ ସନ୍ଦିଗ୍ଧ ପାରା

ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ବିଶେଷଜ୍ଞମାନେ ଇଲେକ୍ଟ୍ରୋନିକ୍ସ ଡିଭାଇସଗୁଡିକରେ କ’ଣ ତଥ୍ୟ ରହିଛି? ସେସବୁର ଆନାଲିସିସ୍‌ କରିବେ।

author-image
Manoranjan Sial
Spy Pigeon

Spy Pigeon

ପାରାଦୀପ ସମୁଦ୍ରରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ୍‌(CFSL) ଯିବ। ରାଜ୍ୟ ଫୋରେନସିକ ଲ୍ୟାବ କୌଣସି ନିଷ୍କର୍ସରେ ପହଞ୍ଚିନପାରିବାରୁ କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ CFSLକୁ ପଠାଯିବ। ପାରା ଦେହର ଲେଖା ଓ ଡିଭାଇସ୍‌ CFSLରେ ଯାଞ୍ଚ ହେବ। ଏ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍‌ପି ରାହୁଲ ପି.ଆର। ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ବିଶେଷଜ୍ଞମାନେ ଇଲେକ୍ଟ୍ରୋନିକ୍ସ ଡିଭାଇସଗୁଡିକରେ କ’ଣ ତଥ୍ୟ ରହିଛି? ସେସବୁର ଆନାଲିସିସ୍‌ କରିବେ। ତା’ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ରାହୁଲ୍‌ ପି.ଆର୍‌ କହିଛନ୍ତି।

Advertisment

ପାରାଦୀପ ମୁହାଣ ଦେଇ କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଗୋଟିଏ ପାରା ଟ୍ରଲର ଚାରି ପାର୍ଶ୍ୱରେ ଘୂରି ବୁଲୁଥିଲା। ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଖଞ୍ଜା ହୋଇଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପରାକୁ ଧରିଥିଲେ। ବୁଧବାର ମତ୍ସ୍ୟଜୀବୀମାନେ କୂଳକୁ ଆସି ପାରାକୁ ପାରାଦୀପ ମେରାଇନ୍‌ ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପାରା ଗୋଡରେ ମେମୋରି ଚିପ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ସେଥିରେ ବିଦେଶୀ ଭାଷାରେ ଲେଖାଯାଇଥିଲା।

ଗୁରୁବାର ସନ୍ଦିଗ୍ଧ ପାରାକୁ କଟକରୁ ଭୁବନେଶ୍ୱରସ୍ଥିତ ଫୋରେନସିକ ଲ୍ୟାବକୁ ଅଣାଯାଇଥିଲା। ପ୍ରଥମେ ପାରାଦୀପ ମେରାଇନ୍‌ ଥାନା ଅଧିକାରିଣୀ ପାରାକୁ ନେଇ କଟକ ଆସିଥିଲେ। ପାରାଠୁ ଜବତ ଡିଭାଇସ୍‌ ଭୁବନେଶ୍ୱର ଫୋରେନସିକ ଲ୍ୟାବକୁ ଅଣାଯାଇଥିଲା।

Advertisment
Odisha Jagatsinghpur