Advertisment

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସିଟି ଜିଏସ୍‌ଟି ଅଧିକାରୀ

ଯାଞ୍ଚ ବେଳେ ଅଫିସ୍‌ ଆଲମିରାରୁ ଆହୁରି ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ମିଳିଛି।

ଅଦ୍ୟତନ ହୋଇଛି
City GST officer

City GST officer

Advertisment

ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ସିଜ୍ ଡକ୍ୟୁମେଣ୍ଟ ରିଲିଜ୍ କରିବା ଏକ କେସ୍‌ ବନ୍ଦ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ।

Advertisment

ଲାଞ୍ଚ ଟଙ୍କା ଜବତ ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚିତ୍ତଙ୍କ ଘର ସମେତ ୩ଟି ଠିକଣାରେ ରେଡ୍‌ କରୁଛି ଭିଜିଲାନ୍ସ।

ସୂଚନା ମୁତାବକ, ପାରାଦୀପ ସିଟି ଜିଏସ୍‌ଟି ଅଫିସ୍‌ର ଅଫିସର ଚିତ୍ତ କମର୍ସିଆଲ ଟ୍ୟାକ୍ସ ଅଧିକାରୀ ଓ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଅଧିକାରୀ ଭାବେ କାମ କରନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା କାଗଜପତ୍ର ଫେରାଇବା ସହ ମାମଲା ରଫାଦଫା କରିବା ପାଇଁ ସେ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟବସାୟୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ଅପରାହ୍ନରେ ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଥିବା ବାଣିଜ୍ୟ କର ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ବାବଦ ଟଙ୍କା ଗ୍ରହଣ କରିଥିବା ଚିତ୍ତଙ୍କୁ ଭିଜିଲାନ୍ସ ଧରି ଥିଲା। ଏନେଇ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ପରେ ସେ ଆହ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର କଟକ ସ୍ଥିତ ଘର ସମେତ କେନ୍ଦ୍ରପଡ଼ାର ପୈତୃକ ଘର ଓ ପାରଦୀପ ଅଫିସ୍‌ରେ ଅଧିକ ଖୋଳତାଡ଼ କରାଯାଉଛି। ଯାଞ୍ଚ ବେଳେ ଅଫିସ୍‌ ଆଲମିରାରୁ ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ମିଳିଛି।

Advertisment

ସୂଚନା ଥାଉକି, ଗତବର୍ଷ ଜୁନ୍ ୨୯ ତାରିଖରେ ସେହି ଏକା ଅଫିସରୁ ଅତିରିକ୍ତ ବାଣିଜ୍ୟ କର ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ। ଯାହାପରେ ପାରାଦୀପ ବାଣିଜ୍ୟ କର ଅଫିସ ତଥା ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଉପରେ ଅଙ୍ଗୁଳି ଉଠିଥିଲା। ଏହାପରେ ଚିତ୍ତ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଯାହା ଏହି ବିଭାଗରେ ଚାଲିଥିବା ଲାଞ୍ଚ କାରବାରକୁ ସ୍ପଷ୍ଟ କରିଛି।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe