Advertisment

ବିଜୟ ଶଙ୍କର ପ୍ରେମିକା ସୋମାଲିକାଙ୍କ ବୟାନ୍‌ ରେକର୍ଡ

ଜେରା ପରେ ସୋମାଲିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିକାଲ ମାଇନା କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Bijay Shankar and Somalika

Bijay Shankar and Somalika

ତତ୍ପର ହୋଇଛି ଜଗତସିଂହପୁ ପୁଲିସ୍‌। ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବୟାନ ରେକର୍ଡ କରିଛି ପୁଲିସ୍‌। ପରେ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।

Advertisment

ଜଗତସିଂହପୁର ସଦର ଥାନାରେ ସୋମାଲିକା ଦାଶଙ୍କୁ ପଚରାଉଚରା କରିଛି ପୁଲିସ୍‌। ଏଏସ୍‌ପି ଉମେଶ ପଣ୍ଡା, ଏସ୍‌ଡିପିଓ ରମେଶ ସିଂ ଓ ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ବବିତା ଦଳେଇ ପ୍ରାୟ ଦୁଇ ଘଣ୍ଟା ଧରି ସୋମାଲିକାଙ୍କୁ ଜେରା କରିଥିଲା। ଜେରା ପରେ ସୋମାଲିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିକାଲ ମାଇନା କରାଯାଇଥିଲା।

ସୋମାଲିକା ଦାଶଙ୍କୁ ପ୍ରେମ କରି ପରେ ଧୋକା ଦେଇଥିଲେ ବିଧାୟକ ବିଜୟ ଶଙ୍କର ଦାସ। ଯେଉଁଥିପାଇଁ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା। ହେଲେ ପୁଲିସ୍‌ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ସୋମାଲିକା ହାଇକୋର୍ଟ ଯାଇଥିଲା। କୋର୍ଟ ମାମଲାକୁ ବିଚାର କରି ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏତଲା ପଞ୍ଜୀକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

Advertisment

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋମାଲିକା ଗତ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ଆଜି ପୁଲିସ୍‌ ସୋମାଲିକାଙ୍କୁ ଜେରା କରିବା ସହିତ ଡାକ୍ତରୀ ମାଇନା କରିଛି।

BjD Crime Jagatsinghpur