/odisha-reporter/media/post_attachments/uploadimage/library/16_9/16_9_0/IMAGE_1679667708.jpeg)
Mamali Parija and Ranjit jena
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅଧିନସ୍ଥ କୋରୁଅ ପଞ୍ଚାୟତର ତେଲସରା ଗ୍ରାମରେ ଜଣେ ନବ ବଧୂକୁ ଅଧିକ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏତଲା ମୁତାବକ, ମୃତ ବଧୂ ନାଉଗାଁ ଗ୍ରାମର ସ୍ୱର୍ଗତ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ପରିଜା। ସେ ୫ ବର୍ଷ ତଳେ ତେଲସରା ଗ୍ରାମର ଉଦୟନାଥ ଜେନାଙ୍କ ପୁଅ ରଂଜିତ ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ରାଶି ବାପ ଘର ପକ୍ଷରୁ ଦିଆଯାଇ ଥିଲା। ତେବେ ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ମାମାଲିକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଅଧିକ ଯୌତୁକ ଦିଆଯାଇ ନ ପାରିବାରୁ ଶାଶୂଘର ଲୋକେ ମାମାଲିଙ୍କୁ ମାରି ଫ୍ୟାନ୍ରେ ଟାଙ୍ଗୀ ଦେଇଥିବା ବାପ ଘର ପକ୍ଷରୁ ଏତଲାରେ ଦର୍ଶାଯାଇଛି।
ନାଉଗାଁ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ତେବେ ବ୍ୟବଚ୍ଛେଦ ପରେ ଶବକୁ ନାଉଗାଁ ଥାନା ସମ୍ମୁଖରେ ରଖି ମାମାଲିଙ୍କ ବାପଘର ଲୋକେ ଧାରଣା ଦେଇଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉପଜିଲ୍ଲାପାଳ ଓ ପୁଲିସ ଏସ୍ଡିପିଓ ପହଞ୍ଚି ଧାରଣାକାରୀଙ୍କୁ ବୁଝାସୁଝା କରୁଛନ୍ତି।
ରିପୋର୍ଟ- ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
