/odisha-reporter/media/post_attachments/uploadimage/library/16_9/16_9_0/IMAGE_1686553222.jpg)
electric shock
ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହିରେ। ମୃତ ଯୁବତୀ ଜଣଙ୍କ ହେଲେ ରାନୁ ବେହେରା।
Advertisment
ଆହତମାନେ ହେଲେ ଜେଜେ ମା’ ଉଲ ରାଉତ, ଜେଜେ ବାପା ଦାଶରଥି ରାଉତ, ରାନୁଙ୍କ ଭାଇ ଚନ୍ଦନ ରାଉତ ଓ ପଡ଼ୋଶୀ ଭଗବାନ ପରିଡ଼ା। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ରାନୁ ନିଜ ଘର ଇଲେକ୍ଟ୍ରିକ ବୋର୍ଡରେ ସୁଇଚ ମାରୁଥିଲେ। ଏହି ସମୟରେ ତାଙ୍କୁ କରେଣ୍ଟ ମାରିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ରାନୁଙ୍କ ଜେଜେ, ଜେଜେମା, ଭାଇ ଓ ଜଣେ ପଡ଼ୋଶୀ ଗୁରୁତର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ରାନୁଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
