ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସହିତ ଜଣେ ସହକାରୀ ଶିକ୍ଷକଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି ବିଇଓ।

Shadow

Representational Image

Jitendra Garnayak
  • Published: Sunday, 30 April 2023
  • Updated: 30 April 2023, 11:17 AM IST

ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହୋଇଛନ୍ତି ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ତାଙ୍କ ନାଁ ରବୀନ୍ଦ୍ର କୁମାର ନନ୍ଦ। ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ବନବିହାରୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଅବସରର ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ନିଲମ୍ବନ କରିଛନ୍ତି କୁଜଙ୍ଗ ବ୍ଲକ ଶିକ୍ଷାଧିକାରୀ। ତାଙ୍କ ସହିତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

Also Read

ଗତ ୨୭ ତାରିଖ ଦିନ ଏହି ଦୁଇ ଶିକ୍ଷକ ସ୍କୁଲରୁ ୫ କ୍ୱିଣ୍ଟାଲ ଚାଉଳ ଗାଡିରେ ବୋହି ନେଉଥିବା ସ୍କୁଲର ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେନାପତି ମୋବାଇଲରେ ଏହାକୁ ଶୁଟିଂ କରି ଦେଇଥିଲେ। ଏହା ପରେ ଘଟଣା ସଂପର୍କରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ତା’ପରେ ବିଇଓ ଉଭୟ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos