Advertisment

Light Gate: ଭୁଶୁଡ଼ି ଗଲା ଲାଇଟ୍ ଗେଟ୍‌

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ବାଲିକୁଦା ବଜାରରେ ରାସ୍ତା ଉପରେ ନିର୍ମିତ ଏକ ବଡ଼ ଲାଇଟ ଗେଟ୍ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ୩ ଜଣ ଆହତ ହୋଇଛନ୍ତି।

Light Gate

ଭୁଶୁଡ଼ି ପଡ଼ିଛି ଲାଇଟ୍ ଗେଟ୍‌ Photograph: (OR)

Advertisment

ପ୍ରବଳ ବର୍ଷା ଓ ପବନ ଯୋଗୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାରରେ ଦୁର୍ଗାପୂଜା ପାଇଁ ନିର୍ମାଣ ହୋଇଥିବା ଏକ ଲାଇଟ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ସେହିଭଳି ପାଖରେ ଥିବା ୪/୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।  

Advertisment

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ବାଲିକୁଦା ବଜାରରେ ରାସ୍ତା ଉପରେ ନିର୍ମିତ ଏକ ବଡ଼ ଲାଇଟ ଗେଟ୍ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା।

ଖବର ଲେଖାଯିବା ବେଳକୁ ରାସ୍ତା ଉପରେ ଗେଟ୍‌ଟି ପଡ଼ିଥିବା ବେଳେ ଏହାକୁ ହଟାଇବା ପାଇଁ ଅଗ୍ନିଶମ ବାହିନୀର ଏକ ଟିମ୍ ବାଉଁଶଗୁଡ଼ିକୁ କାଟି ବାହାର କରୁଛନ୍ତି।

Advertisment

ଗେଟ୍‌ଟି ଭୁଶୁଡ଼ି ପଡ଼ିଥିବା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱ ଜାମ୍ ହୋଇଯାଇଛି। ଜଗତସିଂହପୁର-ମାଛଗାଁକୁ ଏହି ରାସ୍ତା ଯୋଡ଼ୁଥିବା ବେଳେ ଗେଟ୍ ଭାଙ୍ଗି ରାସ୍ତା ଅବରୋଧ କରିଥିବାରୁ ଲୋକେ ଭାରି ହଇରାଣ ହୋଇଛନ୍ତି।

ଗେଟ୍‌ଟି ଭୁଶୁଡ଼ି ପଡ଼ିଥିବା ବେଳେ ଅଧିକ କ୍ଷୟକ୍ଷତି ହୋଇନାହିଁ। ଜଣେ ନାବାଳିକାଙ୍କ ସମେତ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ତେବେ ଏହି ଘଟଣା ଲାଇଟ୍‌ ଗେଟ୍‌ଗୁଡ଼ିକ ଲୋକଙ୍କ ପାଇଁ କେତେ ନିରାପଦ ବୋଲି ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଏଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଫଳରେ ଭବିଷ୍ୟତରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇପାରିବ।

ସୂଚନାଯୋଗ୍ୟ, ଗତକାଲି କଟକରେ ଏକ ଲାଇଟ ଗେଟ୍ ଭୁଶୁଡ଼ି ପଡ଼ିଥିଲା। ତେବେ ଏଥିଯୋଗୁ କାହାରି କିଛି କ୍ଷତି ହୋଇନଥିଲା। ସେହିଭଳି ଏକ ପୂଜାମଣ୍ଡପର ତାଜା ଭୁଶୁଡ଼ି ପଡ଼ିଥିଲା। ଏଥିରେ ମଧ୍ୟ କାହାରି କିଛି କ୍ଷତି ହୋଇ ନଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe