Advertisment

ଚୋର ସନ୍ଦେହରେ ବ୍ୟାଙ୍କ କଲେକ୍ସନ ଏଜେଣ୍ଟଙ୍କୁ ଉଠାଇ ଆଣି ହାଜତରେ ୩ ଦିନ ପିଟିଲା ପୁଲିସ

ଏକ ଚେନ୍‌ ଚୋରି ମାମଲାରେ ଜଣେ ଘରୋଇ ବ୍ୟାଙ୍କ କଲେକ୍ସନ ଏଜେଣ୍ଟଙ୍କୁ ସନ୍ଦେହରେ ଉଠାଇ ଆଣିବା ପରେ ଜଗତସିଂହପୁର ସଦର ଥାନା ହାଜରେ ୩ ଦିନ ଧରି ମାଡ଼ ମାରି ଲହୁଲୁହାଣ କରିଛି ପୁଲିସ।

ଅଦ୍ୟତନ ହୋଇଛି
bank agent

bank agent

Advertisment

ଏକ ଚେନ୍‌ ଚୋରି ମାମଲାରେ ଜଣେ ଘରୋଇ ବ୍ୟାଙ୍କ କଲେକ୍ସନ ଏଜେଣ୍ଟଙ୍କୁ ସନ୍ଦେହରେ ଉଠାଇ ଆଣିବା ପରେ ଜଗତସିଂହପୁର ସଦର ଥାନା ହାଜରେ ୩ ଦିନ ଧରି ମାଡ଼ ମାରି ଲହୁଲୁହାଣ କରିଛି ପୁଲିସ। ଏନେଇ ସମ୍ପୃକ୍ତ ଯୁବକ ଏସ୍‌ପି ଓ ଅନ୍ୟ ଉପରିସ୍ଥ ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ ୬ଦିନ ବିତି ଯାଇଥିଲେ ହେଁ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବେଳେ ପୁଲିସ ଗୁଣ୍ଡାଗିରିର ଶିକାର ଯୁବକ ଓ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ମାଡ଼ରେ ଗୁରୁତର ଯୁବକ ଆଜି ସାମାନ୍ୟ ସୁସ୍ଥ ହେବା ପରେ ଗଣମାଧ୍ୟମରେ ଏହି ଲୋମଟାଙ୍କୁରା ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହ ନ୍ୟାୟ ନ ମିଳିଲେ କୋର୍ଟକୁ ଯିବେ ବୋଲି ଜଣାଇଛନ୍ତି। ପୁଲିସ ଗୁଣ୍ଡାଗିରିର ଶିକାର ଏହି ଯୁବକ ଜଣକ ସ୍ଥାନୀୟ ତରଡାପଡା ଗ୍ରାମର ନିହାର ରଞ୍ଜନ ମଲ୍ଲିକ(୨୭)। 

Advertisment

ନିହାର ଅଭିଯୋଗ କରିଛନ୍ତି, ସେ ଜଗତସିଂହପୁରର ଏକ ଘରୋଇ ବ୍ୟାଙ୍କରେ କଲେକ୍ସନ ଏଜେଣ୍ଟ ଭାବେ କାମ କରନ୍ତି। ଏହାଛଡ଼ା ଏକ ଟିଭି କେବୁଲ ଫ୍ରାଞ୍ଚାଇଜ୍ ନେଇ କେବୁଲ ସେବା ଲୋକଙ୍କୁ ଦିଅନ୍ତି। ଚଳିତ ମାସ ୪ ତାରିଖର ରାତିରେ ଏକ ଚେନ୍ ଚୋରି ମାମଲାରେ ଜଗତସିଂହହପୁର ଥାନାର ଜଣେ ଏଏସ୍‌ଆଇ ପୁଲିସ କର୍ମଚାରୀଙ୍କ ସହ ଘରେ ପହଞ୍ଚିବା ପରେ ତାଙ୍କୁ ଉଠାଇଆଣି ଥିଲେ। ତାଙ୍କ ବାଇକ୍, ମୋବାଇଲ, ବ୍ୟାଙ୍କ କର୍ମଚାରୀ ପରିଚୟପତ୍ର ପ୍ରଭୃତିକୁ ନେଇ ଯାଇଥିଲେ। ତାଙ୍କୁ ଥାନାକୁ ନେବା ପରେ ଆଇଆଇସି ଏକ ବାଇକ୍‌ରେ ଦୁଇଜଣ ବସିଥିବା ଫଟୋକୁ ଦେଖାଇ ଏମାନଙ୍କ ପରିଚୟ କ’ଣ ବୋଲି ପଚାରିଥିଲେ। ସେମାନଙ୍କୁ ଚିହ୍ନିନି ବୋଲି କହିବାରୁ ଥାନା ଆଇଆଇସି ଜାତିଆଣ ଅକ୍ଷେପ କରିବା ସହ ଏକ ପ୍ଲାଷ୍ଟିକ୍ ପାଇପ୍‌ରେ ପ୍ରବଳ ପିଟିଥିଲେ। ପରେ ଥାନାର ଏଏସ୍‌ଆଇ ଓ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ପ୍ଲାଷ୍ଟିକ୍ ପାଇପ୍‌ରେ ପିଟିଥିଲେ। ଏହା ପରବର୍ତ୍ତି ଦୁଇଦିନ ମଧ୍ୟ ଅଖିଆ ଅପିଆ ଥାନା ହାଜତରେ ରଖି ପୁଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିଲେ।

୬ ତାରିଖ ଦିନ ପରିବାର ଓ ଗାଁ ଲୋକେ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ଏଭଳି ନିର୍ମମ ଗୁଣ୍ଡାଗିରିକୁ ପ୍ରତିବାଦ ଜଣାଇ ଧାରଣାରେ ବସିବାରୁ ଏକ ସାଦା କାଗଜରେ ଦସ୍ତଖତ ନେଇ ତାଙ୍କୁ ହାଜତରୁ ବାହାରକୁ ଛାଡ଼ିଥିଲେ। ପୁଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼ ଯୋଗୁ ଗୁରୁତର ଅବସ୍ଥାରେ ସେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୁଲିସର ଏଭଳି ଗୁଣ୍ଡାମୀ ବିରୋଧରେ ମା’ କବିତା ମଲିକ ଏହି ଦିନ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନିବେଦନ କରିଥିଲେ। ହେଲେ ଏସ୍‌ପି କୌଣସି ପଦକ୍ଷେନ ନେଲେ ନାହିଁ। ତେଣୁ ଡାକ୍ତରଖାନାରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିବା ପରେ ଚଳିତ ମାସ ୧୧ ତାରିଖରେ ଏବାବଦରେ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି, ଏସ୍‌ପି ପ୍ରମୁଖଙ୍କୁ ଥାନାରେ ଏଭଳି ଅମାନୁସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଥିବା କହିଛନ୍ତି ନିହାର।

Advertisment

ଏଭଳି ଯନ୍ତ୍ରଣା ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ନିବେଦନ କରିବା ସହ ପୁଲିସ ଛଡ଼ାଇ ନେଇଥିବା ବାଇକ୍, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଫେରାଇବାର ବ୍ୟବସ୍ଥା କରିବାକୁ ନିହାର ନିବେଦନ କରିଛନ୍ତି।

ସେପଟେ ନ୍ୟାୟ ନମିଲିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ନିହାରଙ୍କ ବାପା ରଶ୍ମୀରଞ୍ଜନ ମଲ୍ଲିକ ଓ ମା’ କବିତା ମଲ୍ଲିକ।

ଘଟଣା ସଂପର୍କରେ ଏସ୍‌ପି ଏବଂ ସଦର ଏସ୍‌ଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଏ ବାବଦରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସୂଚନା ଥାଉକି, ପୁଲିସ ଗୁଣ୍ଡାମୀ ବଢ଼ୁଥିବା ଯୋଗୁ ଥାନା ହାଜତରେ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ଗତ ୧୦ ବର୍ଷ ଭିତରେ ପ୍ରାୟ ୫୧ ଜଣ ଜୀବନ ହାଜତ ଭିତରେ ଯାଇଛି। ଏନେଇ ବିଧାନସଭାରେ ଏକ ଉତ୍ତରରେ ଆଜି ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ସୂଚନା ମୁତାବକ ୨୦୧୩ରେ ୬ ଜଣ, ୨୦୧୪ରେ ୨ ଜଣ, ୨୦୧୫ରେ ୮ ଜଣ, ୨୦୧୬ରେ ୪ ଜଣ, ୨୦୧୭ରେ ୩ ଜଣ, ୨୦୧୮ରେ ୪ ଜଣ, ୨୦୧୯ ଓ ୨୦୨୦ରେ ୭ ଜଣ ଲେଖାଏଁ, ୨୦୨୧ ଓ ୨୦୨୨ରେ ୫ ଜଣ ଲେଖାଏଁ ଅଭିଯୁକ୍ତଙ୍କ ମୃତ୍ୟୁ ଥାନା ହାଜତ ଭିତରେ ହୋଇଛି।

ସେହିପରି ଗତ ୧୦ ବର୍ଷ ଭିତରେ ୫୪୬ ଜଣ କଏଦୀ ଓ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଜେଲ୍ ଭିତରେ ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା ଜଣାଇଛନ୍ତି। ଯାହା ଭିତରୁ ୨୦୨୨ରେ ୭୩ ଜଣ କଏଦୀ ଓ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି।

ରିପୋର୍ଟ- ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା

Odisha Police Police Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe