Advertisment

ରାସ୍ତା ତଳକୁ ଖସିଗଲା ସ୍କୁଲ ଭ୍ୟାନ, ୧୩ ଆହତ

ଭ୍ୟାନଟି ସବୁ ଦିନ ପରି ଆଜି ସକାଳେ ପାରାଦୀପ ଗଡ଼ରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀଙ୍କୁ ଧରି ପାରାଦୀପ ଅଗପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିମୁଖେ ଯାଉଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ରାସ୍ତା ତଳକୁ ଖସିଗଲା ସ୍କୁଲ ଭ୍ୟାନ । ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ନିକଟ ସନ୍ତରାଗଡ଼ା ନିକଟରେ ହୋଇଛି।

Advertisment

ଭ୍ୟାନଟି ସବୁ ଦିନ ପରି ଆଜି ସକାଳେ ପାରାଦୀପ ଗଡ଼ରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀଙ୍କୁ ଧରି ପାରାଦୀପ ଅଗପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିମୁଖେ ଯାଉଥିଲା। ମାତ୍ର ସନ୍ତରାଗଡ଼ା ନିକଟରେ ହୋଇଥିବା ବେଳେ ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ସମସ୍ତ ଛାତ୍ରଛାତ୍ର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲୁ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହିଁକି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନି। ଭ୍ୟାନ୍‌ ଡ୍ରାଇଭରଙ୍କ ପତ୍ତା ମିଳୁନି। 

Advertisment

ଏକ ଭ୍ୟାନ୍‌ରେ ଅଧିକ ସଂଖ୍ୟକ ପିଲାଙ୍କୁ ପାଖାପାଖି ୨୦ କିମି ନିଆଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। 

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Accident School Road Accident