Advertisment

କନିଷ୍ଠ କିରାଣୀଙ୍କୁ ଉଠ୍‌ବସ୍‌ କରାଇଲେ ଅତିରିକ୍ତ ଜିଲ୍ଲାପାଳ!

ରୁଦ୍ରଙ୍କୁ ବାହାରେ ଛିଡ଼ାକରି ଅଫିସ ଭିତରକୁ ଯାଇଥିଲେ ଅର୍ପିତା ପ୍ରିୟଦର୍ଶିନୀ। କିଛି ସମୟ ପରେ ଅଫିସ୍‌ ଭିତରୁ ରୁଦ୍ରଙ୍କୁ ଡକରା ଆସିଥିଲା। ତା’ପରେ ରୁଦ୍ର ଭିତରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Jagatsinghpur

Jagatsinghpur

Advertisment

କାନ ଧରି କନିଷ୍ଠ କିରାଣୀଙ୍କୁ ଉଠ୍‌ବସ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳଙ୍କ ବିରୋଧରେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

Advertisment

ଚଳିତ ମାସ ୧୩ ତାରିଖରେ ଏମ୍ପ୍ଲଏମେଣ୍ଟ ଅଫିସର ଅର୍ପିତା ପ୍ରିୟଦର୍ଶିନୀ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ରୁଦ୍ର ନାରାୟଣ ସାମନ୍ତଙ୍କୁ ସାଥୀରେ ଧରି ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରୁଦ୍ରଙ୍କୁ ବାହାରେ ଛିଡ଼ାକରି ଅଫିସ ଭିତରକୁ ଯାଇଥିଲେ ଅର୍ପିତା ପ୍ରିୟଦର୍ଶିନୀ। କିଛି ସମୟ ପରେ ଅଫିସ୍‌ ଭିତରୁ ରୁଦ୍ରଙ୍କୁ ଡକରା ଆସିଥିଲା। ତା’ପରେ ରୁଦ୍ର ଭିତରକୁ ଯାଇଥିଲେ। ସେଠାରୁ ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଗିଦ କରିବା ସହିତ ଉଠ୍‌ବସ୍‌ କରାଇଥିବା ଅଭିଯୋଗ ହୋଇଛି।

ଉଠ୍‌ବସ୍‌ ନେଇ କନିଷ୍ଠ କିରାଣୀ ରୁଦ୍ରନାରାୟନ ସାମନ୍ତ କହିଛନ୍ତି, ଏଠାରେ କାର୍ଯ୍ୟରତ ଅଫିସର ଅର୍ପିତା ପ୍ରିୟଦର୍ଶିନୀ ଫାଇଲ୍‌ କାମ କରିବା ପାଇଁ କିରାଣୀମାନଙ୍କୁ ଦେଉନାହାନ୍ତି। ଆଉଟ୍‌ ସୋସିଂ କର୍ମଚାରୀଙ୍କ ମାଧ୍ୟମରେ ଭୁଲ୍‌ଭାଲ୍‌ ଅଫିସ୍‌ କାମ କରାଇ ଆମ ମାନଙ୍କ ମାଧ୍ୟମରେ ଜିଲ୍ଲାପାଳ ଓ ଏଡିଏମ୍‌ଙ୍କ ଅଫିସରକୁ ଫାଇଲ ପଠାଇ ଅପଦସ୍ତ କରାଉଛନ୍ତି। ନିକଟରେ ଗୋଟିଏ ଭୁଲ୍‌ଭାଲ୍‌ ଫାଇଲ୍‌ ଏଡିଏମ୍‌ଙ୍କ ପାଖକୁ ଯାଇଥିଲେ। ସେଦିନ ମୋତେ ବାହାରେ ଛିଡ଼ା କରାଇ ଫାଇଲ୍‌ ନେଇ ଭିତରକୁ ଯାଇଥିଲେ ମାଡ଼ାମ। ତା’ପରେ ମୋତେ ଏଡିଏମ୍‌ ଡାକି ଗାଳି ଦେଇଥିଲେ। ୫ ବର୍ଷ ହେଲା କାମ କଲଣି, କେବେ ଠିକ୍‌ କାମ କରିବ କହି ଗାଳି ଦେଇଥିଲେ। ପରେ ବସ୍‌ ଉଠ୍‌ କରିବାକୁ କହିଥିଲି। ମୁଁ ସେଠାରେ ୩ ଥର ବସ୍‌ଉଠ୍‌ ହୋଇଥିଲି। ଏହା ପୂର୍ବରୁ ମାଡ଼ାମ ବହୁବାର ମାନସିକ ଭାବେ ଅପମାନିତ କରିଛନ୍ତି ବୋଲି ରୁଦ୍ର କହିଛନ୍ତି। ଏନେଇ ମୁଁ କିରାଣୀ ସଂଘରେ ଅଭିଯୋଗ କରିଛି।

Advertisment

ରୁଦ୍ରଙ୍କ ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ କହିଛନ୍ତି, ଯାହା ଅଭିଯୋଗ ହୋଇଛି, ତାହା ଅସତ୍ୟ ଘଟଣା। ବସ୍‌ଉଠ୍‌ କରିବା ପାଇଁ ତାଙ୍କୁ କୁହାଯାଇ ନାହିଁ। ଇ-ଅଫିସ୍‌ କାମ କରିପାରୁ ନାହାନ୍ତି। ଏ ସମ୍ପର୍କରେ ଏମ୍ଲଏମେଣ୍ଟ ଅଫିସ୍‌ରଙ୍କୁ ପଚାରିଲେ ଡିଲିଂ ଆସିଷ୍ଟାଣ୍ଡମାନେ କାମ କରିପାରୁନାହାନ୍ତି ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ତାଗିଦ କରିଥିଲି। ତାଙ୍କୁ ଉଠ୍‌ବସ୍‌ କରିବାକୁ କୁହାଯାଇନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସେପଟରେ ଏମ୍ଲଏମେଣ୍ଟ ଅଫିସ୍‌ର ଅର୍ପିତା ପ୍ରିୟଦର୍ଶିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବରିଷ୍ଠ କିରାଣୀ ସୁବ୍ରତ କୁମାର ଦାସ। ସେ କହିଛନ୍ତି, ମାଡ଼ାମ ଆସିଲା ଦିନଠାରୁ ଏକ ଚାଟିଆ କାରବାର କରୁଛନ୍ତି। ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଚିଠି ପଠାଇ ଶୀଘ୍ର କାମ କରି ପଠାଇବାକୁ କହୁଛନ୍ତି। ବର୍ତ୍ତମାନ ଅଫିସରଙ୍କର କଙ୍ଗାରୁ କୋର୍ଟ ଚାଲିଛି। କାମ କରିହେଉନାହିଁ। ଆମେ ମାନସିକ ଚାପରେ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ତେବେ ଅଭିଯୋଗ ନେଇ ଏମ୍ଲଏମେଣ୍ଟ ଅଫିସ୍‌ର ଅର୍ପିତା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଜଗତସିଂପୁରରୁ ଶଶାଙ୍କ ପଣ୍ଡା

Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe