Advertisment

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଜୟଶଙ୍କରଙ୍କ ବାନ୍ଧବୀ ସୋମାଲିକା

ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା। ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି।

ଅଦ୍ୟତନ ହୋଇଛି
Somalika

Somalika

Advertisment

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ। ସୋମାଲିକା ହେଉଛନ୍ତି ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ। ସେ ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ ଦଳ ନେତାଙ୍କୁ ଭେଟିଛନ୍ତି ବୋଲି ଜଣାପଡ଼ିଛି।

Advertisment

ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି। ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜେଡି ସଦସ୍ୟ ଥିବାରୁ ବିଜୟଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ବୋଲି ସୋମାଲିକା କହିଛନ୍ତି।

Somalika ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟୁଛନ୍ତି ସୋମାଲିକା ଦାଶ

ସେ ଆହୁରି କହିଛନ୍ତି, ବିଜୟ ଶଙ୍କରଙ୍କ ବିରୋଧରେ କରିଥିବା ଅଭିଯୋଗ ନେଇ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବାକୁ ୧୯ ଦିନ ପୂରିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା। ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି।

Advertisment

ସୋମାଲିକା କହିଛନ୍ତି, ମୋର ୧୬୧, ୧୬୪ରେ ବୟାନ୍‌ ରେକର୍ଡ କରାଯାଇଛି। ମୋ’ ପାଖରେ ଯାହା ପ୍ରମାଣ ଥିଲା, ସବୁ ଦେଇଦେଇଛି। କିନ୍ତୁ ଯିଏ ଦୋଷୀ, ସିଏ ଖୋଲମ୍‌ଖୋଲା ବୁଲୁଛନ୍ତି। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କାରଣ ସେମାନଙ୍କ ହାତ ବନ୍ଧା ହୋଇଛି। ପୁଲିସ୍‌ ପାଖକୁ ଯାହା ଅର୍ଡର ଆସୁଛି, ସେହି ହିସାବରେ ସେମାନେ କାମ କରୁଛନ୍ତି ବୋଲି ସୋମାଲିକା କହିଛନ୍ତି। 

ସୂଚନାରୁ ପ୍ରକାଶ, ବିଜୟଶଙ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ସୋମାଲିକାଙ୍କୁ ଦୁଇ ଥର ଥାନାକୁ ଡାକି ଘନଘନ ଜେରା କରିଥିଲା। ଏପରିକି ତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଥିଲା। ସୋମାଲିକାଙ୍କଠାରେ ଥିବା ସବୁ ପ୍ରମାଣ ନେଇଥିଲା। ଏହା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯେଉଁଥିପାଇଁ ସୋମାଲିକା ଆଜି ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି। 

BjD Bjp State Bjp Bjd Leader Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe