Advertisment

‘ବିଜୟ ଶଙ୍କରଙ୍କୁ କୌଣସି ବି ଝିଅ ବିବାହ କରିବା ଉଚିତ ନୁହେଁ’

ସୋମାଲିକାଙ୍କୁ ଅଜଣା ନମ୍ବରରୁ ମିଳୁଛି ଧମକ- ଟଙ୍କା ନିଅ, କମ୍ପ୍ରମାଇଜ କର । ହେଲେ ପୁଲିସ୍‌ ୯ ମାସ ହେଲା ଚୁପ୍‌ ବସିଥିବା କହିଛନ୍ତି ସୋମାଲିକା।

author-image
Niharika Rout
Bijay Shankar & Somalika

Bijay Shankar & Somalika

‘ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ସହ ମୋର କୌଣସି ପ୍ରେମ ସମ୍ପର୍କ ନ ଥିଲା। ପରିସ୍ଥିତି ଏପରି ଥିଲା ଯେ ବିବାହ ପାଇଁ ରାଜି ହୋଇଥିଲି। ହେଲେ ଏବେ ତାଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ଏପରି ଚରିତ୍ରହୀନ ପୁଅଙ୍କୁ କେବଳ ମୁଁ ନୁହେଁ କୌଣସି ବି ଝିଅ ବିବାହ କରିବା ଉଚିତ ନୁହେଁ। ’ ଏପରି କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାସ ।

Advertisment

ସୋମାଲିକାଙ୍କ କହିବାନୁଯାୟୀ, ମୋର ୧୬୧, ୧୬୪ରେ ମୋର ସବୁ ବୟାନ୍‌ ରେକର୍ଡ କରାଯାଇଛି। ମୋ’ ପାଖରେ ଯାହା ପ୍ରମାଣ ଥିଲା, ସବୁ ପୁଲିସ୍‌କୁ ଦେଇଦେଇଛି। କିନ୍ତୁ ଯିଏ ଦୋଷୀ, ସିଏ ଖୁଲମ୍‌ଖୁଲା ବୁଲୁଛି। ପୁଲିସ୍‌ କେବଳ ତଦନ୍ତ ହେଉଛି ବୋଲି କହି ନିଜ କାମ ସାରି ଦେଉଛି।’

ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବାରୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସୁଥିବା ଅଭିଯୋଗ କରିଛନ୍ତି ସୋମାଲିକା। ଅପର ପାର୍ଶ୍ୱର ବ୍ୟକ୍ତି ବିଜୟ ଶଙ୍କର ନାଁରେ ଦେଇଥିବା କେସ୍‌ ଉଠାଇ ଦେବାକୁ ଧମକ ଦେଉଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ, ଟଙ୍କା ନେଇ ସମାଧାନ କରିବାକୁ ବି ଚାପ ପଡ଼ୁଛୁ। ହେଲେ ମୁଁ ସମାଧାନ ଚାହୁଁନି, ସେ ଶାସ୍ତି ପାଉ ବୋଲି ମୁଁ ଚାହୁଁଛି।

Advertisment

ପ୍ରାୟ ୨ ଦିନ ତଳେ ଜଣେ ବ୍ୟକ୍ତି ସୋମାଲିକାଙ୍କୁ ଫୋନ କରିଥିବା ବେଳେ ଏହାର ଅଡିଓ ଏବେ ଭାଇରାଲ ହେଉଛି । ତାଙ୍କୁ ଫୋନ୍ ଯୋଗେ ଧମକ ଦେଉଥିବା ବ୍ୟକ୍ତିଜଣକ କିଏ ସେ ନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି। ଏନେଇ ସେ ଥାନାରେ ଏଫଆଇଆର ଦେବେ ବୋଲି ବି କହିଛନ୍ତି।

ପ୍ରଥମେ ସବ୍‌ରେଜିଷ୍ଟାର ଅଫିସରେ ବିବାହ ପାଇଁ ରାଜି ହୋଇଥିବା ବିଜୟ ଶଙ୍କର କିନ୍ତୁ ଏଥିପାଇଁ ଏଫଆଇଆର ଉଠାଇବାକୁ ଧମକ ଦେଉଥିଲେ। ଏପରିକି ବିବାହ ହେଲେ କେବଳ ଆମ ଘରୁ ବୁଲିକି ପଳାଇ ଆସିବୁ, ହେଲେ ସେଠାରେ ରହି ପାରିବୁନି ବୋଲି ବି କହିଥିଲେ। ତାଙ୍କର ବହୁ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଏପରି ଚରିତ୍ରହୀନ, ଲମ୍ପଟ ପୁରୁଷ ମୁଁ ବିବାହ କରିବାକୁ ଚାହୁଁନି ବୋଲି ସେ ସଫା ସଫା ଶୁଣାଇ ଦେଇଛନ୍ତି। ବିଜୟ ଶଙ୍କରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ଥିବାରୁ କମ୍ପ୍ରୋମାଇଜର ପ୍ରଶ୍ନ ଉଠୁନି ବୋଲି ସଫାସଫା କହିଛନ୍ତି ସୋମାଲିକା।

 ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ସୋମାଲିକା ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି। ଜଣେ ସରକାରୀ ବିଧାୟକଙ୍କ ବିରୋଧରେ ଏପରି ସଙ୍ଗୀନ ଆରୋପ ଆସିବାର ୯ ମାସ ପରେ ବି ପୁଲିସ୍‌ ଚୁପ୍‌ ରହିଛି। ତେଣୁ ରାଜ୍ୟରେ ନାରୀମାନେ କେତେ ସୁରକ୍ଷିତ, ସେହି ଘଟଣା ଆଜି ବିଜେପି ବିଧାନସଭାରେ ଉଠାଇବ ବୋଲି ଜଣାଯାଇଛି।

BjD Crime Jagatsinghpur MLA