Advertisment

ବିଜେଡିକୁ ସୌମ୍ୟଙ୍କ ସିଧା ବାଣ,ମୋ’ ଅଜାଙ୍କ ନିଶ ଥିଲା,ହେଲେ ମୋର ନାହିଁ

କିଛି ଦିନ ତଳେ କଟକର ଦି ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ।

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ଆଉ ତେରେଛା ନୁହେଁ, ଏଥର ସିଧା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି ପାରାଦୀପରେ ଆୟୋଜିତ ବିଜୁ ଜନ୍ମୋତ୍ସବ ଅବସରରେ ଯୋଗ ଦେଇ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି। ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସେ କହିଛନ୍ତି। 

Advertisment

ସୌମ୍ୟ ଆହୁରି କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଷୟରେ କାହାଣୀ ଶୁଣିବାକୁ ଭଲ ଲାଗୁଛି। ହେଲେ ଓଡ଼ିଆରେ କଥା ଅଛି ‘ମୋ ଅଜାଙ୍କ ନିଜ ନିଶ ଥିଲା, ହେଲେ ମୋର ତ ନାହିଁ’। ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା? ବିଜୁଙ୍କ ପଟ୍ଟନାୟକଙ୍କ ନିଶ, ସାହସ, ନିର୍ଭିକତା ଓ ସପ୍ନକୁ ନେଇ କେତେ ଦିନ ଗର୍ବ କରିବା? ମୋର ନ ହେଲା ନାହିଁ ମୋ ଅଜାର ନିଶ ଥିଲା। ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ। ଆମେ ଯଦି ତାଙ୍କ ଭଳି ହୋଇପାରିବା ତାହାହେଲେ ତାଙ୍କ ଜନ୍ମଦିନ ପାଳନ କରିବା ଠିକ୍ ହେବ। ଅଜାଙ୍କ ନିଶ ଥିଲା କହି ଗର୍ବ ଅର୍ଜନ କଲେ ତୁମକୁ କେହି ଆଉ ସମ୍ମାନ ଦେବେ ନାହିଁ।

ବିଜୁ ବାବୁଙ୍କର ଦୁଃସାହସ, ବିଜୁ ବାବୁଙ୍କ ସ୍ୱପ୍ନ ଏବଂ ବିଜୁ ବାବୁଙ୍କ ବିଶାଳ ହୃଦୟକୁ ଅଜାଙ୍କ ନିଶ ଭଳି ଅବତାରଣା କରିଛନ୍ତି ସୌମ୍ୟ। ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଦ୍ୱାରା ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୌମ୍ୟ ପଟ୍ଟନାୟକ ଏଭଳି ମନ୍ତବ୍ୟ ରଖିଛନ୍ତି।

Advertisment

କିଛି ଦିନ ତଳେ କଟକର ଦି ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ ଏ ଉତ୍ସବରେ ରାଜ୍ୟ ସରକାରଙ୍କୁ କାଟକ୍ଷ କରିବାକୁ ପଛାଇ ନାହାନ୍ତି। କହିଛନ୍ତି , ବିଜେଡି ଯଦି ଓଡ଼ିଶାକୁ ‘ନବୀନ ଓଡ଼ିଶା’ କରିବତେବେ ମୁଁ କ’ଣ ମନା କରିବି କି ? ଓଡ଼ିଶାର ଜନ ସାଧାରଣ ତାକୁ କେତେଦୂର ଗ୍ରହଣ କରିବେ ସେ କଥା ଲୋକଙ୍କ ଉପରେ ନିର୍ଭର କରେ। ତେବେ ଏ ଦୁଇ ନେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

BjD Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe