Advertisment

ପୁଲିସ ଜବତ କଲା ବିଦେଶୀ ଗୁପ୍ତଚର ପାରା!

ଆଜି ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରକୁ ପୁଲିସ ଜବତ କରିଛି।

ଅଦ୍ୟତନ ହୋଇଛି
Fisherman

Fisherman

Advertisment

ପୁଲିସ ଜବିତ କଲା ବିଦାଶୀ ଗୁପ୍ତଚରୀ ପାରା। ଆଜି ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରାକୁ ପୁଲିସ ଜବତ କରିଛି। ଏହି ଟ୍ରଲର ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରିବା ବେଳେ ଏକ ପାରା ଉଡ଼ି ଆସି ଟ୍ରଲର ଉପରେ ବସିଥିଲା।

Advertisment

ଏହି ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ଚିପ୍ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପାରାକୁ ଧରିଥିଲେ। ପାରା ଗୋଡରେ ଲାଗିଥିବା ଚିପ୍‌ରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ।

Spy pigeonଉଦ୍ଧାର ପାରା

ପାରାକୁ ଧରି ରଖିଥିଲେ। ମାଛ ମାରି ଆଜି ପାରାଦୀପ କୂଳକୁ ଫେରିବା ପରେ ଗୁପ୍ତଚର ପାରାକୁ ମେରାଇନ ପୁଲିସକୁ ଜିମା ଦେଲେ। ତେବେ ଏହା ଗୁପ୍ତଚର ପାରା କି ନୁହେଁ ତାହା ପୁଲିସ ସ୍ପଷ୍ଟ କରିନି। ଏନେଇ ଯାଞ୍ଚ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ଘଟଣାକୁ ଗୁପ୍ତ ରଖିଥିବା ମଧ୍ୟ ଜଣାପଡ଼ିଛି।

Advertisment

ପୂର୍ବରୁ କେବେବି ପାରଦୀପ ପୁଲିସକୁ ଏଭଳି ଗୁପ୍ତଚର ପାରା ମିଳିନି। ଏହା ପ୍ରଥମ ଘଟଣା ହୋଇଥିବାରୁ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି। ସେପଟେ ମତ୍ସ୍ୟଜୀବୀମାନେ କହିଛନ୍ତି, ପାକିସ୍ତାନୀ ଓ ଚାଇନା ଭାଷାରେ ଚିପ୍‌ ଉପରେ ଏବଂ ଭିତରେ କିଛି ଲେଖାଯାଇଛି। ଯାହାକୁ ପଢ଼ିବା ମତ୍ସ୍ୟଜୀବୀଙ୍କ ପକ୍ଷରେ ସମ୍ଭବ ହେଉ ନ ଥିବାରୁ ପୁଲିସ ଏହାର ତଦନ୍ତ କରୁଛି।

Terror Attack Interrogation Spying On Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe