Advertisment

ଦେବୀ ନଦୀରେ ବୁଡ଼ି ଯାଇ ୩ ଛାତ୍ର ନିଖୋଜ

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Drowned

Drowned

ଦେବୀ ନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୩ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ୩ଜଣ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏଭଳି  ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟରେ ଥିବା ଦେବୀ ନଦୀରେ। ନିଖୋଜ ଛାତ୍ର ମାନଙ୍କ ମଧ୍ୟରେ ଜଣଙ୍କ ଘର ଆମ୍ବଶାଳ ବାଲିକୁଦାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣଙ୍କ ଘର ଭୁବନେଶ୍ୱରର ବୋଲି ଜଣାଯାଇଛି।  ନିଖୋଜ ଛାତ୍ର  ଭୁବନେଶ୍ୱରର ଏକ କଲେଜର ଯୁକ୍ତ ଦୁଇରେ ପଢ଼ୁଥିଲେ।

Advertisment

ଆମ୍ବାଶାଳ ବାଲିକୁଦାର ଅଞ୍ଚଳର ଜଣେ ଛାତ୍ରଙ୍କ ଘରକୁ ଭୁବନେଶ୍ୱର ଅଞ୍ଚଳର ୩ଜଣ ଛାତ୍ର  ବୁଲିବାକୁ ଆସିଥିଲେ। ଆଜି ସକାଳେ ୪ଜଣ ଛାତ୍ର ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଅସାବଧନତା କାରଣରୁ ୪ଜଣ ଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ହେଲେ ୩ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ଜଣେ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତାଙ୍କୁ ଅବସ୍ଥା ଗୁରୁତର ଥିବାରୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରାଯାଉଛି।  ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିବା ପାଇଁ  ଓଡ୍ରାଫ ଟିମ୍‌ ଆସୁଥିବା ଜଣାଯାଇଛି। 

Advertisment
Jagatsinghpur Drowning