Advertisment

‘ବିଧାୟକ କ୍ୟାରେକ୍ଟରଲେସ୍‌, ତାଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି’

‘ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍‌। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି।’

author-image
Niharika Rout
ଅଦ୍ୟତନ ହୋଇଛି
MLA

MLA

‘ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍‌। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି। ସେପରି ପୁଅକୁ ବିବାହ କରିବାଠୁ ଅବିବାହିତ ରହିଯିବା ଭଲ। କିନ୍ତୁ ସେ ଦଣ୍ଡ ପାଇବା ଉଚିତ। ’ ଗଣମାଧ୍ୟମ ସମ୍ମୁଖରେ ଏପରି କହିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ।

Advertisment

ବହୁ ଦିନର ପ୍ରେମ ସମ୍ପର୍କ ପରେ ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ ବିଜୟ ଶଙ୍କର ଦାସ ଧୋକା ଦେବା ପରେ ପ୍ରାୟ ୯ ମାସ ତଳେ ୨୦୨୨ ମେ’ ୧୩ରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା। ମାତ୍ର ପୁଲିସ୍‌ ମାମଲା ରୁଜୁ ନ କରିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିର୍ତ୍ତୋଲ ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଗତକାଲି ମାମଲା ରୁଜୁ କରିଛି ପୁଲିସ୍‌। ଏଥିସହ ସୋମାଲିକାଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

ଆଇନ ଉପରେ ତାଙ୍କର ଭରସା ଅଛି । ତଥାପି ବିଜୟ ଶାସକ ଦଳର ବିଧାୟକ ହୋଇଥିବାରୁ ସେ ମାମଲାକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା କହିଛନ୍ତି ସୋମାଲିକା।

Advertisment

ଏଥିସହ ସେ କହିଛନ୍ତି, ଉଭୟ ପରିବାରର ବୁଝାମଣାରେ ଆମ ବିବାହ ଠିକ୍‌ ହୋଇଥିଲା । ହେଲେ ତାଙ୍କ ବାପାଙ୍କ ମୃତ୍ୟୁ ହେବାରୁ ବର୍ଷେ ବିଳମ୍ବ ହେଲା। ଏହାପରେ ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର କୋର୍ଟରେ ବିବାହ ନିମନ୍ତେ ମୁଁ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତ୍ୱେ ସେ ଆସିଲେ ନାହିଁ। ତେଣୁ ତାଙ୍କ ଉପରେ ଆଉ ଭରସା ନାହିଁ। ଏପରି ପୁଅକୁ ବିବାହ କରିବାର ପ୍ରଶ୍ନ ଉଠୁନି। କିନ୍ତୁ ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ। କାରଣ ବହୁ ଝିଅ ଓ ମହିଳାଙ୍କ ସହ ଖେଳିବା ତାଙ୍କ ପୁରୁଣା ଅଭ୍ୟାସ। ଏପରି ପୁଅକୁ ବିବାହ କରି କାନ୍ଦିବା ଅପେକ୍ଷା ବିବାହ ନ କରିବା ଭଲ। ଏବେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଛୁଆଠୁ ଅଲଗା କରି ସେ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ମୋ ପାଖରେ ଏହାର ପ୍ରମାଣ ବି ଅଛି। ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।

Bijay Shankar Das Mla