Advertisment

ବାଣ କାରଖାନାରେ ବିସ୍ଫୋରଣ: ୨ ମୃତ, ୩ ଗୁରୁତର

ଆଜି ଅପରାହ୍ଣରେ ବାଣ ତିଆରି ଚାଲିଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

Blast

Blast

Advertisment

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତାହତମାନେ ସେହି ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଦିଲୁ ମହାନ୍ତି। ତାଙ୍କ ଘର ଇଚ୍ଛାପୁରରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେହିପରି ୩ ଗୁରୁତରଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହି ଦୁଇ ଜଣ ହେଉଛନ୍ତି ସୁଶାନ୍ତ ପୃଷ୍ଟି ଓ ଗୋପାଳପୁରର ଦୀନବନ୍ଧୁ ଦାସ।

Advertisment

ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ସେହି ସମୟରେ ବାଣ କାରଖାନାରେ ବାଣ ତିଆରି ଚାଲିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପୂରା କାରଖାନାଟି ଛାରଖାର ହୋଇଯାଇଛି। କାରଖାନାର ଇଟା,ସିମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଛି। ବାଣ କାରଖାନା ପାଖରେ ଥିବା ଏକ ଘର ଓ ଏକ ଧାନ ଗଦା ଜଳି ଯାଇଛି।

ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ି ନାହିଁ। ଏହି ବାଣକାରଖାନାର ଲାଇସେନ୍ସ ଥିଲା ବୋଲି କୁହାଯାଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ। ତଦନ୍ତ ପରେ ଜଣାପଡ଼ିବ ଯେ ବାଣ କାରଖାନାଟିର ଲାଇସେନ୍ସ ଥିଲା ନା ନାହିଁ, କାରଖାନାଟିର ଅବସ୍ଥା କେମିତି ଥିଲା, ପ୍ରଶାସନର ତା’ ଉପରେ ନଜର ଥିଲା ନା ନାହିଁ ଓ କେଉଁ କାରଣରୁ ବିସ୍ଫୋରଣ ହେଲା।

Fire Breakout Jagatsinghpur Fire Accident Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe