Advertisment

ସ୍କୁଟିକୁ ପିଟିଦେଲା ଟ୍ରକ୍‌: ମା’ ଓ ଝିଅ ମୃତ

୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Injured Person

Injured Person

Advertisment

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଚଷାପଡ଼ା ନିକଟରେ ମଙ୍ଗଳବାର ସକାଳେ ଏକ ଟ୍ରକ୍ ଏକ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ମୃତକ ଦ୍ୱୟ ହେଲେ କଲିମା ବିବି ଓ ତାଙ୍କ ୬ ମାସର ଝିଅ ଅଲିଆ ଖାତୁନ। କଲିମାଙ୍କ ବଡ଼ ଝିଅ ଓ ଶ୍ୱଶୁର ମୁକ୍ତାର ଖାଁ ଆହତ ହୋଇଛନ୍ତି।

ତିର୍ତ୍ତୋଲ ଥାନା ମୁଲିସିଂ ଅଞ୍ଚଳର ମୁକ୍ତାର ଖାଁ ଆଜି ସକାଳେ ତାଙ୍କ ବୋହୂ କଲିମା ବିବି ଓ ଦୁଇ ନାତୁଣୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଚଷାପଡ଼ା ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କଲିମା ବିବି ଓ ତାଙ୍କର ୬ ମାସର ଝିଅ ଅଲିଆ ଖାତୁନଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବର ପାଇ ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ବାଲିକୁଦା ଆଇଆଇସି ସଲୀଳ ପ୍ରଧାନ କହିଛନ୍ତି।

Accident Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe