Advertisment

କୁଜଙ୍ଗ ତହସିଲଦାରଙ୍କ ଜିପ୍ ଦୁର୍ଘଟଣାଗ୍ରସ୍ତ: ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣି ଗୁରୁତର

କୁଜଙ୍ଗ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ ଓ ତହସିଲର ମୁଖ୍ୟ କିରାଣି ଲାଲା ଅମରେନ୍ଦ୍ର ରାଏ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ତହସିଲଦାର ନଥିଲେ। ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣି ଜଗତସିଂହପୁରରେ ଏକ ମିଟିଂ ସାରି କୁଜଙ୍ଗ ଫେରୁଥିବା ବେଳେ କଟକ-ପାରାଦୀପ ରାସ୍ତାର ଷଣ୍ଢପୁର ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା ଓ ଗୋଟିଏ ଗଛରେ ପିଟି ହୋଇଥିଲା। ଅତିରିକ୍ତ ତହସିଲଦାର, ମୁଖ୍ୟ କିରାଣି ଓ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ସେହି ବାଟ ଦେଇ ଯାଉଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ହସିପିଟାଲ ନେଇଥିଲେ।