Advertisment

୧୮ ବର୍ଷ ପରେ ମିଳିଲା ନ୍ୟାୟ: ୭ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

ପୁଲିସ୍‌ ଗୁଳିରେ ମୃତ ବ୍ୟକ୍ତି ସୟଦ ମମତାଜ ଅଲ୍ଲୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ପାଇଁ ଆଉ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ରାୟରେ ଶୁଣାଇଛନ୍ତି।

undefined

Orissa High Court

Advertisment

୧୮ ବର୍ଷ ପରେ ମିଳିଲା ନ୍ୟାୟ। ୭ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍‌ ଗୁଳିରେ ମୃତ ବ୍ୟକ୍ତି ସୟଦ ମମତାଜ ଅଲ୍ଲୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ପାଇଁ ଆଉ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ରାୟରେ ଶୁଣାଇଛନ୍ତି। ମୃତ ମମତାଜଙ୍କ ମାଆ ନିଗର ବେଗମ୍‌ଙ୍କୁ ସାତ ଦିନ ମଧ୍ୟରେ ତାଙ୍କ ଘରେ ଏହି ଅର୍ଥ ରାଶି ପ୍ରଦାନ କରିବାକୁ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଛନ୍ତି।

Advertisment

୨୦୦୫ ମସିହା ନଭେମ୍ବର ୨୮ ତାରିଖ ମଧ୍ୟ ରାତିରେ ଜଗତସିଂହପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାର୍ଶ୍ୱରେ ଥିବା ସେତେବେଳର ଚକ୍ରଧରପୁର ପୁଲିସ୍‌ ଫାଣ୍ଡି ତଥା ବର୍ତ୍ତମାନର ପାରାଦୀପ ଲକ୍‌ ଥାନାରେ ଏହି ଜଘନ୍ୟ ଗୁଳିକାଣ୍ଡ ଘଟି ଥିଲା। ଘଟଣା ଅନୁଯାୟୀ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ କରୁଥିବା ହିନ୍ଦୁସ୍ତାନ କନ୍‌ଷ୍ଟ୍ରକ୍‌ସ କମ୍ପାନୀର ଜଣେ କର୍ମଚାରୀ ଜୟନ୍ତ ଦାସଙ୍କୁ କୌଣସି କାରଣରୁ ଚକ୍ରଧରପୁର ଫାଣ୍ଡିରେ ପୁଲିସ ଅଟକ ରଖିଥିଲା। ତାଙ୍କୁ କାହିଁକି ଅଟକ ରଖାଯାଇଛି ବୋଲି ଘଟଣା ବୁଝିବାକୁ ସେହି ସଂସ୍ଥାର କେତେକ ଲୋକ ସମ୍ପୃକ୍ତ ଫାଣ୍ଡିରେ ପହଞ୍ଚିଥିଲେ।

ଅଭିଯୋଗ ଅନୁଯାୟୀ ଫାଣ୍ଡି ଅଧିକାରୀ ମୂରଲୀଧର ସାହୁ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ସେହି ସମୟରେ ବୁଝାସୁଝା କରିଥିବା ସୟଦ ମମତାଜ ଅଲ୍ଲୀଙ୍କ ଛାତି ଓ ଅଣ୍ଟାରେ ଦୁଇଟି ଗୁଳି ବାଜିଥିଲା। ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହେବା ପରେ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଆରଡିସି ଘଟଣାର ତଦନ୍ତ କରି ପୁଲିସକୁ ଦାୟୀ କରିଥିଲେ। ଏଥିସହ ମୃତକ ପେଶାରେ ଜଣେ ଇଂଜିନିୟର ହୋଇଥିବାରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ୨୦୦୬ ଫେବ୍ରୁଆରୀ ୧ ତାରିଖରେ ରିପୋର୍ଟରେ ସୁପାରିଶ କରିଥିଲେ। ଘଟଣା ସମୟରେ ଦିଆଯାଇଥିବା ଏକ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପର୍ଯ୍ୟାପ୍ତ ନୁହେଁ ବୋଲି ମଧ୍ୟ ରିପୋର୍ଟରେ ଦର୍ଶଯାଇଥିଲେ ଆର୍‌ଡିସି। ତେବେ କମିଶନଙ୍କ ରିପୋର୍ଟ ଆଧାରରେ ସମ୍ପୃକ୍ତ ପୁଲିସ ଏସ୍‌ଆଇ ମୂରଲୀଧରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ପ୍ରସଙ୍ଗରେ ସରକାର ଚୁପ୍‌ ବସିଥିଲେ।

ଉପଯୁକ୍ତ କ୍ଷତିପୂରଣ ଓ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବିରେ ମମତାଜଙ୍କ ମାଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାୟ ୧୮ ବର୍ଷ ପରେ ସୟଦ ମମତାଜ ଅଲ୍ଲୀଙ୍କ ପରିବାରକୁ ନ୍ୟାୟ ମିଳିଛି। କ୍ଷତିପୂରଣ ବାବଦ ଅର୍ଥ ଶୀଘ୍ର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Odisha Highcourt Police High Court Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe