Advertisment

ପ୍ରେମ ପାଇଁ ରକ୍ତମୁଖା ହେଲା ଭିଣୋଇ, ଶାଳୀର ପ୍ରେମିକକୁ ମାରିଦେଲା!

ପ୍ରେମକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ଗୁରୁବାର ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରେ ଟୁବୁଲି ଫୋନ୍‌ କରି ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହି ମାସ ଦରମା ମିଳିଲେ ହୋଟେଲ୍‌ ଛାଡ଼ି ରାଜ୍ୟ ବାହାରକୁ ପଳାଇଯିବେ ବୋଲି ପରିବାର ଲୋକଙ୍କୁ କହିଥିଲେ ଟୁବୁଲି।

Murder

Murder

Advertisment

ରକ୍ତମୁଖା ହେଲା ଭିଣୋଇ। ଅତି ବୀଭତ୍ସ ଭାବେ ନିଜ ଶାଳୀର ପ୍ରେମିକର ବେକ କାଟି ହତ୍ୟା କରିଦେଲା! ଏପରି ଅଭିଯୋଗ ଆସିଛି ଜଗତସିଂହପୁରରୁ। ଏନେଇ ଅଭିଯୋଗ ହେବା ପରେ ପାରାଦୀପ ଆଦର୍ଶ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଛୁରୀ ଜବତ କରିଛି।

Advertisment

ପାରାଦୀପ ବଡ଼ପଡ଼ିଆରେ ଏକ ହୋଟେଲ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ଲୋକନାଥପୁର ଗାଁ ରମେଶ ଜେନା କାମ କରୁଥିଲେ। ତାଙ୍କ ଗାଁ ଟୁବୁଲି ଜେନା ମଧ୍ୟ ସେହି ହୋଟେଲରେ କାମ କରୁଥିଲେ। ଉଭୟ ଗୋଟିଏ ଗାଁରେ ହୋଇଥିବାରୁ ବେଶ୍‌ ପରିଚିତ ଥିଲେ। ଏହାରି ଭିତରେ ରମେଶର ଶାଳୀଙ୍କୁ ଟୁବୁଲି ଜେନା ଭଲ ପାଉଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ଜାଣିପାରିଥିଲେ ରମେଶ। ଟୁବୁଲି ଜେନାଙ୍କୁ ବାରଣ କରିଥିଲେ। ଏହା ସତ୍ତ୍ୱେ ଟୁବୁଲି ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ରମେଶ ନିଜ ଶାଳୀକୁ ଟୁବୁଲିଙ୍କ ଚିତ୍ର ସମ୍ପର୍କରେ କହିଥିଲେ। ଏହା ପରେ ଟୁବୁଲି ଓ ରମେଶ ଶାଳୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲେ। ଗତ ୧୫ ଦିନ ହେଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଟୁବୁଲି ଓ ରମେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏପରିକି ମାରପିଟ୍‌ ହୋଇଥିଲା। 

ପ୍ରେମକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ଗୁରୁବାର ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରେ ଟୁବୁଲି ଫୋନ୍‌ କରି ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହି ମାସ ଦରମା ମିଳିଲେ ହୋଟେଲ୍‌ ଛାଡ଼ି ରାଜ୍ୟ ବାହାରକୁ ପଳାଇଯିବେ ବୋଲି ପରିବାର ଲୋକଙ୍କୁ କହିଥିଲେ ଟୁବୁଲି।

Advertisment

ସବୁଦିନ ପରି ଗୁରୁବାର ରାତିରେ ସବୁ କର୍ମଚାରୀ ହୋଟେଲ୍‌ ପଛ ପାର୍ଶ୍ୱରେ ଥିବା ମଣ୍ଡପରେ ଶୋଇଥିଲେ। ବିଳମ୍ୱିତ ରାତିରେ ଅନ୍ୟ କର୍ମଚାରୀମାନେ ଉଠି ପଳାଇ ଯାଇଥିଲେ। ହେଲେ ରାତିରେ ଏକା ମଣ୍ଡପରେ ଶୋଇଥିଲେ ଟୁବୁଲି ଜେନା। ଏହାର ସୁଯୋଗ ନେଇ ଭୋର ପ୍ରାୟ ୪ଟାରେ ରମେଶ ଏକ କୋଦାଳରେ ଟୁବୁଲି ଜେନାଙ୍କ ମୁହଁକୁ ହାଣି ଦେଇଥିଲା। ପରେ ତା’ ଛାତି ଉପରେ ବସି ବେକକୁ ଛୁରୀରେ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ କୋଦାଳ ଓ ଛୁରୀକୁ ହୋଟେଲ୍‌ ପାର୍ଶ୍ୱରେ ଲୁଚାଇ ଦେଇଥିଲା।

ଆଜି ସକାଳେ ମଣ୍ଡପ ଉପରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ହୋଟେଲ୍‌ କର୍ମଚାରୀମାନେ ଅବାକ୍‌ ହୋଇଯାଇଥିଲେ। ଏନେଇ ପାରାଦୀପ ଆଦର୍ଶ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ହୋଟେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଏଥିସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ରମେଶକୁ କବ୍‌ଜାକୁ ନେଇଥିଲା। ଘନ ଘନ ଜେରା ପରେ ମୁହଁ ଖୋଲିଥିଲା ରମେଶ। କାହିଁକି ଓ କେମିତି ଟୁବୁଲିଙ୍କୁ ହତ୍ୟା କରିଥିଲା ରମେଶ, ପୂରା ଡେମୋ ଦେଖାଇଥିଲା। ପୁଲିସ ରମେଶକୁ ଅଟକ ରଖିଥିବା ବେଳେ ହତ୍ୟାରେ ବ୍ୟବହୃତ କୋଦାଳ ଓ ଛୁରୀ ଜବତ କରିଛି।

ରିପୋର୍ଟ-ପାରାଦୀପରୁ ରମାକାନ୍ତ ନାୟକ

Murder Jagatsinghpur Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe