ଅରୁଣାଚଳରୁ ଅବା ସିଂ ଫେରିବେ ଗଜପତିର ଜଗପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରିପୋର୍ଟର ଖବର ଅଭିଯାନକୁ ମିଳିଛି ବଡ଼ ସଫଳତା । ଗତ ଦଶନ୍ଧି ଧରି ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ରହୁଥିବା ଜଗପତି କାର୍ଜି (ଅରୁଣାଚଳରେ ନାମ) ଓରଫ ଦୟା ଭୂୟାଁ (ପ୍ରକୃତ ନାମ) ଙ୍କୁ ମିଳିଲା ଠିକଣା । ଏବେ ସେ ନିଜ ପରିବାର ପାଖକୁ ଏବଂ ନିଜ ଗାଁ କୋଳକୁ ଫେରୁଛନ୍ତି। ଆସନ୍ତାକାଲି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀ ଏବଂ ଜଗପତି କାର୍ଜି ବା ଦୟା ଭୂୟାଁଙ୍କ ପୁତୁରା […]

or-exclusive

or-exclusive

Subrat Kumar Nayak
  • Published: Saturday, 22 August 2020
  • Updated: 22 August 2020, 09:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରିପୋର୍ଟର ଖବର ଅଭିଯାନକୁ ମିଳିଛି ବଡ଼ ସଫଳତା । ଗତ ଦଶନ୍ଧି ଧରି ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ରହୁଥିବା ଜଗପତି କାର୍ଜି (ଅରୁଣାଚଳରେ ନାମ) ଓରଫ ଦୟା ଭୂୟାଁ (ପ୍ରକୃତ ନାମ) ଙ୍କୁ ମିଳିଲା ଠିକଣା । ଏବେ ସେ ନିଜ ପରିବାର ପାଖକୁ ଏବଂ ନିଜ ଗାଁ କୋଳକୁ ଫେରୁଛନ୍ତି। ଆସନ୍ତାକାଲି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀ ଏବଂ ଜଗପତି କାର୍ଜି ବା ଦୟା ଭୂୟାଁଙ୍କ ପୁତୁରା ଅରୁଣାଚଳ ଯିବେ । ଏନେଇ ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ଵିଟ୍ କରିଥିବାବେଳେ, ବତ୍ତର୍ମାନ ଜଗପତିଙ୍କ ଦାୟିତ୍ୱ ନେଉଥିବା ରୁବୁ ଆମା ଓଡ଼ିଶା ରିପୋର୍ଟରକୁ ସୂଚନା ଦେଇଛନ୍ତି ।

https://twitter.com/DM_Gajapati/status/1297099218872487941?s=20

ସୂଚନାଯୋଗ୍ୟ ଯେ, ‘ଓଡ଼ିଶା ରିପୋର୍ଟର’ର ଜୁଲାଇ ୩୦ ଖବର ଆଧାରରେ ଜଗପତି ବା ଦୟା ଭୂୟାଁଙ୍କ ପରିଚୟ ମିଳିବା ପରେ ଜଗପତିଙ୍କୁ ଫେରାଇ ଆଣିବାକୁ ବିଭିନ୍ନ ଆଡ଼ୁ ଆଗ୍ରହ ପ୍ରକାଶ ପାଇଥିଲା । ଜଗପତି ଜିଲ୍ଲାର ପୂବର୍ତନ ଏସପି ସାରା ଶର୍ମା, ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ବେଶ କିଛି ଓଡ଼ି ଆ ଉଭୟ ଅରୁଣାଚଳପ୍ରଦେଶ ଏବଂ ଓଡ଼ିଶାର ଅଧିକାରୀଙ୍କ ସହିତ ଯୋଗାଯୋଗରେ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନି ଆଯାଇଥିଲା । ଆମ ରିପୋର୍ଟ ଆ ଧାରରେ ଶ୍ରମ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା । ଶେଷରେ ଶ୍ରମ ବିଭାଗ ଜଗପତି ବା ଦୟା ଭୂୟାଁଙ୍କ ଘରେ ପହଞ୍ଚିଥିଲା । ପୂରା ତଥ୍ୟ ନେବା ପରେ ଦୟାଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

https://www.youtube.com/watch?v=McSlmSPSVkc

ଗତ ଜୁଲାଇ ୩୦ ତାରିଖରେ ଜଗପତିଙ୍କ ବାବଦରେ ସର୍ବପ୍ରଥମେ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରସାରଣ ହୋଇଥିଲା । ଗ୍ରୀପ୍ ନାମକ ଏକ କମ୍ପାନୀ ସହ ଅଶୀ ଦଶକରେ ଜଗପତି ଓଡ଼ିଶା ଛାଡ଼ିଥିଲେ। ୨୦୦୨ ମସିହାରୁ ଆଉ କାମ ନ ମିଳିବାରୁ ଜଗପତି କାଠକାଟି ପେଟ ପୋଷୁଥିଲେ। ସେହି ସମୟରେ ଜଙ୍ଗଲ ତାଙ୍କୁ ଠାବ କରିଥିଲେ ଅରୁଣାଚଳର ଜଣେ ବିଦ୍ୟାଳୟ ପରିଚାଳକ ରୁବୁ ଆମା। ଜଗପତି ଗତ ୨୦୧୯ ସେପ୍ଟେମ୍ବର- ଅକ୍ଟୋବରରୁ ଆଉ କାମ କରିପାରୁନାହାନ୍ତି। ରୁବୁ ଆମା ମଝିରେ ମଝିରେ ଏହି ଜଙ୍ଗଲକୁ ଯାଇ ଜଗପତିଙ୍କୁ ରାସନ୍ ଯୋଗାଇ ଆସନ୍ତି। ଶେଷ ଖବର ସୁଦ୍ଧା, ଜଗପତି ରୁବୁ ଆମାଙ୍କ ପାଖରେ ହିଁ ଅଛନ୍ତି । ଜଗପତି ଗତ କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ିବାରୁ ରୁବୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଘରକୁ ଫେରିବା ଖବର ପାଇବା ପରେ ଜଗପତି ବେଶ ଖୁସି ଥିବା ସୂଚନା ମିଳିଛି ।

https://www.youtube.com/watch?v=LuOCmosL9dE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos