Advertisment

ଅନୁଭବଙ୍କ ସହ ସମ୍ପର୍କ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଜାଗୃତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ମୁହଁ ଖୋଲିଲେ ଜାଗୃତି ଶୁକ୍ଲା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଉଠିଥିବା ସମ୍ପର୍କ ଚର୍ଚ୍ଚାକୁ ନେଇ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗୃତି। ଏନେଇ ଜାଗୃତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କୁ ବଦନାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚେତାବନୀ ଦେଇଛନ୍ତି। ଜାଗୃତି ଲେଖିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକା। ସଂସଦରେ ଏମପିମାନଙ୍କ ସହ ନିୟମିତ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ହେଉଛି ମୋର କାମ। ସାଂସଦ ଅନୁଭବ […]

ଅଦ୍ୟତନ ହୋଇଛି
ଅନୁଭବଙ୍କ ସହ ସମ୍ପର୍କ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଜାଗୃତି

Jagrati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ମୁହଁ ଖୋଲିଲେ ଜାଗୃତି ଶୁକ୍ଲା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଉଠିଥିବା ସମ୍ପର୍କ ଚର୍ଚ୍ଚାକୁ ନେଇ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗୃତି। ଏନେଇ ଜାଗୃତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କୁ ବଦନାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚେତାବନୀ ଦେଇଛନ୍ତି।

Advertisment

ଜାଗୃତି ଲେଖିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକା। ସଂସଦରେ ଏମପିମାନଙ୍କ ସହ ନିୟମିତ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ହେଉଛି ମୋର କାମ। ସାଂସଦ ଅନୁଭବ ମହାନ୍ତି ଏବେ ସାଂସଦ ଅଛନ୍ତି। ଆମ ଦୁହିଁଙ୍କ ମଧ୍ୟରେ କେବଳ ଏକ ପ୍ରଫେସନାଲ ସମ୍ପର୍କ ରହିଛି ଏବଂ ଉଭୟେ କେବଳ ଭଲ ବନ୍ଧୁ ମାତ୍ର। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ ଯାହା କିଛି ବିବାଦ ଉଠିଛି ତାହା ତାଙ୍କର ବ୍ୟକ୍ତିଗତ। କିନ୍ତୁ କିଛି ଲୋକ ଟାଣିଓଟାରି ମୋତେ ଉଭୟଙ୍କ ସମ୍ପର୍କ ମଧ୍ୟକୁ ଟାଣି ଯାବତୀୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସୋଶାଲ ମିଡିଆରେ ମୋ ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଅଯାଉଛି। ସୋଶାଲ୍ ମିଡିଆରେ ମୋତେ ଟ୍ରୋଲ୍ କରାଯାଉଛି। ମୋ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ।
publive-image

ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନଥିଲି। କିନ୍ତୁ ଏବେ ସବୁ ସୀମା ଟପିଯାଇଛି। ମୁଁ ଓ ମୋ ପରିବାର ବିଚଳିତ। ଯାହାକି ମୋର ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣିଛି ବୋଲି ଜାଗୃତି ଲେଖିଛନ୍ତି। ଏଥିଯୋଗୁ ମୋ ପରିବାର ମଧ୍ୟ ଡିଷ୍ଟର୍ବ ହେଉଛି। ତେଣୁ ଯେଉଁମାନେ ମୋ ଚରିତ୍ର ପ୍ରତି ଆକ୍ଷେପ କରୁଛନ୍ତି ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସେ ଚେତାବନୀ ଦେଛନ୍ତି। ଏଥିପାଇଁ ଜାଗୃତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମଓ ଓଡ଼ିଶା ଏବଂ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ି ସହାୟତା ମାଗିଛନ୍ତି। ତାଙ୍କୁ ଏବଂ ତାଙ୍କ ପରିବାରକୁ ଶାନ୍ତିରେ ରହିବା ପାଇଁ ସେ ଅନୁରୋଧ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe