/odisha-reporter/media/post_attachments/uploads/2021/02/mamata1.jpg)
kolkata
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ପୂଜା କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ତାଙ୍କ ସହ ଅନ୍ୟ ସେବାୟତ ମଧ୍ୟ ପୂଜାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସ୍ୱତନ୍ତ୍ର ଗାଡ଼ିରେ ମମତା ସେମାନଙ୍କୁ ପୁରୀରୁ କୋଲକାତା ନେଇଥିଲେ। ପ୍ରାୟ ୧୦ ଘଣ୍ଟା ଧରି ଏହି ପୂଜାର୍ଚ୍ଚନା ଚାଲିଥିଲା ପୂଜାର୍ଚ୍ଚନା ବେଳର ଭିଡ଼ିଓ ନିଜ ଫେସବୁକ୍ରେ ପୋଷ୍ଟ କରିଛନ୍ତି ମମତା ବାନାର୍ଜୀ। ଭିଡ଼ିଓ ଅପ୍ଲୋଡ୍ ପରେ ପୂଜାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।
ଜଗୁନି କହିଛନ୍ତି-“ମମତା ବାନାର୍ଜୀ ମୋର ଶିଷ୍ୟା। ପୂଜା ପାଇଁ ସେ ମୋତେ ଡାକିଥିଲେ। ଜଗନ୍ନାଥଙ୍କର ସେ ଜଣେ ବଡ଼ ଭକ୍ତ। ସେ ମୋତେ ବହୁତ ଶ୍ରଦ୍ଧା ଓ ଭକ୍ତି କରନ୍ତି। ମୁଁ ତାଙ୍କୁ ବହୁତ ଭଲ ପାଏ। ସ୍ୱତନ୍ତ୍ର ଗାଡ଼ି ପଠାଇ ମୋତେ ସେ ନେଇଥିଲେ। ତାଙ୍କ ଘରେ ଗୋଟିଏ ବଡ଼ ପୂଜା ଆୟୋଜନ କରାଯାଇଥିଲା। ଏହି ପୂଜା ତାଙ୍କ ଘରେ ପ୍ରତିବର୍ଷ ହୋଇଥାଏ।”
ମମତା ବାନାର୍ଜୀଙ୍କ ଘରେ ପୂଜାକୁ ସେ କହିଛନ୍ତି-“ମମତା ବାନାର୍ଜୀ ହେଉଛନ୍ତି ମୋ ଭକ୍ତ। ଏଥିରେ ରାଜନୀତି କିଛି ନାହିଁ। ତାଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ପୂଜା ପାଇଁ ଡାକିଲେ ଯାଏ। ଆଶୀର୍ବାଦ ଦେଇ ଆସେ। ମୁଁ କୋଲକତାରେ ମାସେ ରହେ। ସେଠାରେ ମୋର ହଜାର ହଜାର ଭକ୍ତ ରହିଛନ୍ତି। କୋଲକାତାରେ ମୋର ଦୁଇଟି ଆଶ୍ରମ ରହିଛି। ”
ନିର୍ବାଚନ ପାଇଁ ପୂଜା ଥିଲା କି ପ୍ରଶ୍ନରେ ଜଗୁନି କହିଛନ୍ତି-“ନିର୍ବାଚନ ପାଇଁ ଏହି ପୂଜା ନଥିଲା। ଏହି ପୂଜା ପାଇଁ ବହୁ ଆଗରୁ ଯୋଜନା ହୋଇଥିଲା। ଏହି ପୂଜା ପ୍ରଥମ ଥର ପାଇଁ ହୋଇନି। ବହୁ ବାର ପୂଜା ହୋଇଛି। ଆଗକୁ ନିର୍ବାଚନ ଥିବାରୁ ଜଗନ୍ନାଥଙ୍କ ଶାନ୍ତି ପୂଜା ହୋଇଛି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେଉ ଓ ସମସ୍ତେ ଶୃଙ୍ଖଳିତ ଭାବେ ଭୋଟ୍ ଦିଅନ୍ତୁ ବୋଲି ମମତା ମାଗିଥିଲେ।”
ସୂଚନାରୁ ପ୍ରକାଶ, ମମତାଙ୍କ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନ ଏଥର ବଡ଼ ଚ୍ୟାଲେଞ୍ଜ ହେବ। ଏଥର ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଯାହାକୁ ନେଇ ଶାସକ ଟିଏମ୍ସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନକୁ ନେଇ ମମତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
