ଭୁବନେଶ୍ୱର: ଜଗନ୍ନାଥଙ୍କ ଦାରୁ ଛେଦନ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଖରିପଡ଼ିଆରେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞ ଶେଷ ହୋଇଯାଇଛି। ମହାଯଜ୍ଞରେ ପୂର୍ଣ୍ଣାହୁତି ସଂପନ୍ନ ହୋଇଛି। କିଛି ସମୟ ପରେ ଦାରୁ ନିକଟରେ ଗୁପ୍ତ ପୂଜା କରାଯିବ। ଏହା ପରେ ବିଦ୍ୟାପତି ସୁନା କୁରାଢ଼ି ଓ ବିଶ୍ବାସବୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରାଯିବା ପରେ ମହାରଣା ସେବାୟତମାନ ଲୁହା କୁରାଢ଼ିରେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିବେ।
ମହାପ୍ରଭୁଙ୍କ ଏହି ମହାନ ଲୀଳାକୁ ନେଇ ଖରିପଡ଼ିଆରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ୱନୀରେ ମୁଖରିତ ହେଉଛି ସାରା ଅଞ୍ଚଳ। ଦାରୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପହଞ୍ଚିବାର ଲାଗିଛନ୍ତି ଖରିପଡିଆରେ ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ଚଉପଟ କରାଯିବ। ନୂଆ ଶଗଡି ନିର୍ମାଣ ପରେ ଦାରୁଙ୍କୁ ନେଇ ତାହା ପୁରୀ ଅଭିମୁଖେ ବାହାରିବ।