Advertisment

ଝାରପଡ଼ା ଜେଲ୍‌ରେ କଏଦୀ କହିବେ “ହାଲୋ ଭୁବନେଶ୍ୱର”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍‌ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍‌ ଯେମିତି ବଲିଉଡ୍‌ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର ଅଭିନେତା ସଂଜୟ ଦତ୍ତଙ୍କ ଜେଲ୍‌ ଜୀବନର ଆର୍‌ଜେ ଭଳି। ପୁନେ ଏରଓ୍ୱାଡ଼ା ସେଣ୍ଟ୍ରାଲ୍ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସଂଜୟ ଯେଉଁଭଳି ଆର୍‌ଜେ ସାଜି […]

ଝାରପଡ଼ା ଜେଲ୍‌ରେ କଏଦୀ କହିବେ “ହାଲୋ ଭୁବନେଶ୍ୱର”

jail-fm-will-function-in-jharpada-and-choudwar-central-jail

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍‌ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍‌ ଯେମିତି ବଲିଉଡ୍‌ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର ଅଭିନେତା ସଂଜୟ ଦତ୍ତଙ୍କ ଜେଲ୍‌ ଜୀବନର ଆର୍‌ଜେ ଭଳି।

Advertisment

ପୁନେ ଏରଓ୍ୱାଡ଼ା ସେଣ୍ଟ୍ରାଲ୍ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସଂଜୟ ଯେଉଁଭଳି ଆର୍‌ଜେ ସାଜି କଏଦୀଙ୍କ ମନୋରଞ୍ଜନ କରୁଥିଲେ। ଠିକ୍‌ ସେଭଳି ହୋଇପାରେ ଭୁବନେଶ୍ୱର ଝାରପଡ଼ା ଓ କଟକ ଚୌଦ୍ୱାର ଜେଲ୍‌ରେ। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ଜେଲ୍‌ରୁ ଆରମ୍ଭ ହୋଇପାରେ “ଜେଲ୍‌ ରେଡ଼ିଓ”। ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ବିଭାଗ ଡିଜି ସତ୍ୟଜିତ ମହାନ୍ତି।

ପୂର୍ବରୁ ଏପରି ବ୍ୟବସ୍ଥା ଏର୍‌ଓ୍ୱାଡା, ତିହାର ଓ ତେଲେଙ୍ଗାନାର ଏକ ଜେଲ୍‌ରେ ହୋଇଥିଲା। ଏଫ୍‌ଏମ୍‌ ରେଡିଓ ମାଧ୍ୟମରେ କଏଦୀମାନେ ମନୋରଞ୍ଜନ କରୁଥିଲେ। ତେଣୁ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏହାକୁ ଆରମ୍ଭ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉଭୟ ଝାରପଡ଼ା ଓ ଚୌଦ୍ୱାର ଜେଲ୍‌ରେ ଏଥିପାଇଁ ୩୦ରୁ ଅଧିକ ସିସିଟିଭି ସହ ସବୁ ଓ୍ୱାର୍ଡରେ ଅଡ଼ିଓ ସିଷ୍ଟମ୍‌ ଲାଗିବ। ଆଉ ଜେଲ୍ ରେଡିଓରୁ ଅନ୍ତେବାସୀଙ୍କ ପାଖକୁ ଭାସି ଆସିବ ମନୋରଞ୍ଜନ ସାଙ୍ଗକୁ ଜୀବନ ଧର୍ମୀ କାର୍ଯ୍ୟକ୍ରମର ସ୍ୱର। ଯାହା କଏଦୀଙ୍କ ମାନସିକ ପରିବର୍ତ୍ତନରେ ପ୍ରଭାବୀ ଭୂମିକା ନେବ ବୋଲି କହିଛନ୍ତି ମନସ୍ତତ୍ତ୍ୱବିତ ଆଶା ପୋଷଣ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜେଲ ଷ୍ଟୁଡିଓ କାର୍ଯ୍ୟକ୍ଷମ କରିବାର ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe