Advertisment

‘ପରୀ’ ପରେ ‘ପିହୁ’କୁ ପାଉନି ପୁଲିସ

ଯାଜପୁର (ଗୁଲାମ ଗସ୍‌): ନୟାଗଡ଼ର କୁନି ଝିଅ ‘ପରୀ’ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ହତ୍ୟାକାରୀ କିଏ, ତା’ର ସୁରାଗ ପାଉନି ପୁଲିସ। ଏବେ ଏହି ମାମଲାର ତଦନ୍ତ କରୁଛି ଏସ୍‌ଆଇଟି। ଏହି ଲୋମହର୍ଷକାରୀ ଘଟଣା ମାନସପଟରୁ ଲିଭି ନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ଯାଜପୁରରୁ ଆସିଛି। ୨ ବର୍ଷର କୁନି ଝିଅ ‘ପିହୁ’ ଗାଁରେ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଛି। ତାଙ୍କୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଇତି […]

‘ପରୀ’ ପରେ ‘ପିହୁ’କୁ ପାଉନି ପୁଲିସ

jajpur

Advertisment

ଯାଜପୁର (ଗୁଲାମ ଗସ୍‌): ନୟାଗଡ଼ର କୁନି ଝିଅ ‘ପରୀ’ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ହତ୍ୟାକାରୀ କିଏ, ତା’ର ସୁରାଗ ପାଉନି ପୁଲିସ। ଏବେ ଏହି ମାମଲାର ତଦନ୍ତ କରୁଛି ଏସ୍‌ଆଇଟି। ଏହି ଲୋମହର୍ଷକାରୀ ଘଟଣା ମାନସପଟରୁ ଲିଭି ନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ଯାଜପୁରରୁ ଆସିଛି। ୨ ବର୍ଷର କୁନି ଝିଅ ‘ପିହୁ’ ଗାଁରେ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଛି। ତାଙ୍କୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ୪ ମାସ ବିତି ଗଲାଣି। ହେଲେ ପୁଲିସ ତା’ର ପତ୍ତା ପାଉନି। ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି।

Advertisment

ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକ। ତାଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା। ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ ‘ପିହୁ’ କେଉଁଆଡେ ଗାୟବ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜ ଖୋଜି କରିଥିଲେ ମଧ୍ୟ ‘ପିହୁ’ର ପତ୍ତା ପାଇନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ପୁଲିସ ପିହୁକୁ ଖୋଜୁ ନଥିବା ଅଭିଯୋଗ ହୋଇଛି। ସେପଟେ ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ।

ପିହୁ ନିଖୋଜ ହେବାକୁ ୫ ମାସ ବିତିଲାଣି। ହେଲେ ପୁଲିସ ତା’ର କୌଣସି ପତ୍ତା ପାଉନି। ଆଜି ‘ପିହୁ’ ସମ୍ପର୍କରେ ବୁଝିବାକୁ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ମଧୁସୂଦନପୁର ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଛି। ଅନ୍ୟପଟେ ପୋଲିସ ବସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe