ଯାଜପୁରରୁ ଉଦ୍ଧାର ବାଂଲାଦେଶୀ ଯୁବତୀ, ପ୍ରେମିକ ସହ ରହୁଥିଲେ!

ଯାଜପୁର(ଗୁଲାମ ଗସ୍‌): ଓଡ଼ିଶାରେ ରହୁଥିବା ବାଂଲାଦେଶୀ ଯୁବତୀ ଉଦ୍ଧାର। ତାଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍‌। ସେ ତାଙ୍କର ପ୍ରେମିକ ସହ ଏଠାରେ ରହୁଥିଲେ। ମାତ୍ର କୌଣସି କଥାକୁ ନେଇ ପ୍ରେମିକ ସହ ପାଟିତୁଣ୍ଡ ହେବାରୁ ପୁଲିସକୁ ଫୋନ୍‌ କରିଥିଲେ ପ୍ରେମିକା ବାଂଲାଦେଶୀ ଯୁବତୀ। ଆଜି ତାଙ୍କୁ ପୁଲିସ ଜାରକା ଅଞ୍ଚଳରୁ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି। ପୂରା ଘଟଣା ଏମିତି। ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ବାଂଲାଦେଶରେ। ତାଙ୍କୁ ତାଙ୍କ ମାମୁ ବାଂଲାଦେଶରୁ ଆଣି […]

jajpur

jajpur

Manoranjan Sial
  • Published: Tuesday, 22 June 2021
  • Updated: 22 June 2021, 06:07 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଓଡ଼ିଶାରେ ରହୁଥିବା ବାଂଲାଦେଶୀ ଯୁବତୀ ଉଦ୍ଧାର। ତାଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍‌। ସେ ତାଙ୍କର ପ୍ରେମିକ ସହ ଏଠାରେ ରହୁଥିଲେ। ମାତ୍ର କୌଣସି କଥାକୁ ନେଇ ପ୍ରେମିକ ସହ ପାଟିତୁଣ୍ଡ ହେବାରୁ ପୁଲିସକୁ ଫୋନ୍‌ କରିଥିଲେ ପ୍ରେମିକା ବାଂଲାଦେଶୀ ଯୁବତୀ। ଆଜି ତାଙ୍କୁ ପୁଲିସ ଜାରକା ଅଞ୍ଚଳରୁ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି।

ପୂରା ଘଟଣା ଏମିତି। ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ବାଂଲାଦେଶରେ। ତାଙ୍କୁ ତାଙ୍କ ମାମୁ ବାଂଲାଦେଶରୁ ଆଣି କୋଲକତାରେ ରହୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଅଜୟ ଦାସଙ୍କୁ ବିକ୍ରି କରି ଦେଇଥିଲେ। ତା’ପରଠାରୁ ଯୁବତୀ ଜଣକ ଅଜୟଙ୍କ ପାଖରେ ରହୁଥିଲେ। ଏହାରି ଭିତରେ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଅଜୟଙ୍କ ପୁଅ ସୁରଜ। ପରେ ଉଭୟ କୋଲକାତା ଛାଡ଼ି ଦେଇଥିଲେ। ଉଭୟେ ବେଙ୍ଗାଲୁରୁ ପଳାଇ ଯାଇଥିଲେ। ସେଠାରେ ପାଖାପାଖି ବର୍ଷେ ରହିଥିଲେ। ତା’ପରେ ସେମାନେ ଓଡ଼ିଶା ଫେରି ଆସିଥିଲେ। ଏଠି ଜାରକାରେ ଘରେ ଭଡ଼ା ନେଇ ରହୁଥିଲେ।

ସପ୍ତାହେ ରହିବା ପରେ ଉଭୟ ସୁରଜ ଓ ତାଙ୍କ ପ୍ରେମିକା ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଯୁବତୀ ଜଣକ ଧର୍ମଶାଳା ଥାନା ଅଧିକାରୀଙ୍କ ଫୋନ୍‌ ନମ୍ୱର ସଂଗ୍ରହ କରି ଫୋନ କରିଥିଲେ। ପୁଲିସ ଫୋନ୍‌ ପାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଠିକଣା ସ୍ଥାନରୁ ବାଂଲାଦେଶୀ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି। ଏଥିସହ ପ୍ରେମିକ ପ୍ରବର ସୁରଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲାଇଛି ବୋଲି ଏସ୍‌ପି ରାହୁଲ ପିଆର କହିଛନ୍ତି। ଅନ୍ୟପକ୍ଷରେ ଯୁବତୀ ଜଣକ ବାଂଲାଦେଶୀ ହୋଇଥିବା ନେଇ ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉଛି। ସଠିକ ପ୍ରମାଣ ମିଳିଲେ ବାଂଲାଦେଶୀ ଆମ୍ୱାସି ସହିତ ଆଲୋଚନା କରାଯାଇ ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos