Advertisment

ଦୁଇମାସ ଭିତରେ ସରିବ ୧୮୩ ଫୁଟ ଉଚ୍ଚ ଶିବଙ୍କ ଧ୍ୟାନମୁଦ୍ରା ମୂର୍ତ୍ତି, ବିରଜାକ୍ଷେତ୍ର ସୌନ୍ଦର୍ଯ୍ୟ ଦୁଇଗୁଣିତ ହେବ

ବିରଜା ପୀଠ ଚାରି ପାର୍ଶ୍ୱରେ ୧୦୮ ଶିବ ଲିଙ୍ଗ ରହିଛନ୍ତି। ତେଣୁ ଏଠାରେ ଏକସଙ୍ଗେ ଶିବ ଦର୍ଶନ ସହ ଦେବୀ ଦର୍ଶନର ପୁଣ୍ୟ ମିଳିଥାଏ।

author-image
Niranjan Mishra
Shiva statue

Shiva statue

ଯାଜପୁରରେ ନିର୍ମାଣ ହେଉଛି ବିଶାଳ ଶିବ ମୂର୍ତ୍ତି। ତାହା ଲିଙ୍ଗ କି ଆର୍ଶୀବାଦ ମୁଦ୍ରାରେ ନୁହେଁ, ବରଂ ଶିବଙ୍କ ଧ୍ୟାନ ମଗ୍ନ ମୁଦ୍ରାରେ ବସିଥିବା ମୂର୍ତ୍ତି। ଶୈବକ୍ଷେତ୍ର ଯାଜପୁରରେ କୋଣ ଅନୁକୋଣରେ ଶିବ ଲିଙ୍ଗ ରହିଥିବା ବେଳେ ବୈତରଣୀ ନଦୀକୂଳ ବରାହକ୍ଷେତ୍ରରେ ଦେଖିବାକୁ ମିଳିବ ସବୁଠାରୁ ବଡ ଧ୍ୟାନମଗ୍ନ ମହାଦେବ ଶିବ ମୂର୍ତ୍ତି। ଯାହାକି ସାରା ଦେଶରେ ଅନନ୍ୟ ଓ ସବୁଠାରୁ ଉଚ୍ଚତମ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଶୈବ ଭକ୍ତଙ୍କ ଭିତରେ ଏହା ଭକ୍ତିଭାବକୁ ଦ୍ୱିଗୁଣିତ କରିବ। ଏହି ମୂର୍ତ୍ତିର ଉଚ୍ଚତା ୧୮୩ ଫୁଟ ହେଉଛି।

Advertisment

ଏହି ବିଶାଳ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨ ମାସ ଭିତରେ ଏହା ପୂର୍ଣ୍ଣ ରୂପ ନେବ। ଏହି ମହାଦେବ ମୂର୍ତ୍ତି ଦର୍ଶନ ଲାଗି ଶ୍ରଦ୍ଦାଳୁଙ୍କ ନିମନ୍ତ ଲିପ୍ଟର ବ୍ୟବସ୍ଥା ମଧ୍ୟ କରାଯିବ। ବିଶ୍ୱରର ସବୁଠାରୁ ବଡ଼ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି କରାଯାଉଥିବାରୁ ଧାର୍ମିକ ଦୃଷ୍ଟିକୋଣ ଓ ବୈଷୟିକ ଦୃଷ୍ଟି କୋଣରୁ ବିଚାର କରି ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତିସିଂହ ରାଠୋର କହିଛନ୍ତି।

ପୁରାଣ ପରମ୍ପରା ପ୍ରାଚୀନତା କିମ୍ବଦନ୍ତି କହେ ଯାଜପୁର ଶୈବ କ୍ଷେତ୍ର ଓ ଶକ୍ତିପୀଠର ମିଳନ ସ୍ଥଳ। ପ୍ରଥମତଃ ଏହା ମହାଶକ୍ତି ବିରଜା କ୍ଷେତ୍ର। ପ୍ରଭୁ ପରମେଶ୍ୱର ଏଠାରେ ଦେବତ୍ୱ ପ୍ରାପ୍ତି ପାଇଛନ୍ତି। ସେଥିଲାଗି ବିରଜା ମନ୍ଦିରରେ ୧୦୮ ଶିବଲିଙ୍ଗ ପୂଜା ପାଉଛନ୍ତି।

Advertisment

ଜାଗର ସମୟରେ ଶ୍ରଦ୍ଧାଳୁ ଶିବ ଉପବାସ ଓ ଉଜାଗର ପର୍ବ ପାଳନ ନିମନ୍ତେ ଏଠାରେ ଭିଡ଼ ଲଗାଇ ଥାଆନ୍ତି। ଏହି ଦେବୀ ପୀଠ ଚାରି ପାର୍ଶ୍ୱରେ ୧୦୮ ଶିବ ଲିଙ୍ଗ ରହିଛନ୍ତି। ତେଣୁ ଏଠାରେ ଏକସଙ୍ଗେ ଶିବ ଦର୍ଶନ ସହ ଦେବୀ ଦର୍ଶନର ପୁଣ୍ୟ ମିଳିଥାଏ। ଜାଗର ଦିନ ଏଠାରେ ୧୦୮ ଶିବ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହି ପୀଠ ନିକଟ ଦେଇ ବୋହି ଯାଇଥିବା ବୈତରଣୀକୁ ଦ୍ୱିତୀୟ ଗଙ୍ଗା ବୋଲି ମଧ୍ୟ କୁହାଯାଏ। ଏଥିପାଇଁ କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଏଠାରେ ଜମି ଥାଏ। ଜାଗର ଯାତ୍ରା ନିମନ୍ତେ ଏଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ ହୋଇଛି।

ରିପୋର୍ଟ-ଯାଜପୁରରୁ ସଞ୍ଜୀବ ନାୟକ

Temple