Advertisment

ବଧୂହତ୍ୟା ମାମଲା: ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦିଅରଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର(ଓଡ଼ିଶା ରିପୋର୍ଟର): ବଧୂହତ୍ୟା ମାମଲାରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍।  ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ସୂଚନା ଅନୁସାରେ, ମାହାଙ୍ଗା ଥାନା ମଣ୍ଡା ଗାଁର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଦଣ୍ଡାଘାଟି ଗାଁର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।  ଶାଶୁଘର […]

ଅଦ୍ୟତନ ହୋଇଛି
ବଧୂହତ୍ୟା ମାମଲା: ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦିଅରଙ୍କୁ ଆଜୀବନ କାରାଦଣ୍ଡ

jajpur

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ବଧୂହତ୍ୟା ମାମଲାରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍।  ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

Advertisment

ସୂଚନା ଅନୁସାରେ, ମାହାଙ୍ଗା ଥାନା ମଣ୍ଡା ଗାଁର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଦଣ୍ଡାଘାଟି ଗାଁର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।  ଶାଶୁଘର ଲୋକେ ଝିଅକୁ ନିର୍ଯାତନା ଦେଉଥିବା ବେଳେ ଆପୋସ ବୁଝାମଣାରେ ତାହାର ସମାଧାନ ହୋଇଥିଲା।

ତେବେ  ୨୦୧୪ ମସିହା ଫେବୃଆରୀ  ୩ ତାରିଖରେ  ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର, ଦିଅର ଅମୀ, ଶାଶୁ ତନୁଲତା ଓ ଶ୍ୱଶୁର ବୀରବର କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।  ଲକ୍ଷ୍ମୀପ୍ରିୟାଙ୍କୁ ଗାଁ ଲୋକେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ।  ଏହି  ସମୟରେ କଟକଏସିପି ଏକ୍ସ୍ୟୁଟିଭ୍ ମାଜିଷ୍ଟେଟ ହିସାବରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଏହାପରେ ଲକ୍ଷ୍ମୀପ୍ରିୟାଙ୍କ ମା’ କମଳା ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଥିଲେ।  ପରେ ପୁଲିସ ମାମଲା ରୁଜୁ କରି ସ୍ୱାମୀ,ଦିଅର,ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ  ଚାଲଣ କରିଥିଲା । ତେବେ ଗତକାଲି ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌରାଜଜ ସମସ୍ତଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି।

Honour Killing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe