Advertisment

ଶିଶୁ ବିକ୍ରି ଅଭିଯୋଗରେ ବାପା ଓ ମା’ ସମେତ ୫ ଗିରଫ

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ଧର୍ମଶାଳା ଥାନାର ସାନରାଇପଡ଼ା ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଶିଶୁକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ବାପା ମାଆ ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ଥି ଅଙ୍ଗନବାଡି କର୍ମୀ ଗିରଫ ହୋଇଛନ୍ତି। ଗରିବୀ ପାଇଁ ଘରେ ଖାଇବାକୁ ନଥିବାରୁ ଗତ ୨୮ ତାରିଖରେ ଶିଶୁକନ୍ୟାକୁ ବିକ୍ରି କରିଥିବା ସ୍ୱୀକାର କରିଥିଲେ ଶିଶୁର […]

ଶିଶୁ ବିକ୍ରି ଅଭିଯୋଗରେ ବାପା ଓ ମା’ ସମେତ ୫ ଗିରଫ

arrest

Advertisment

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ଧର୍ମଶାଳା ଥାନାର ସାନରାଇପଡ଼ା ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଶିଶୁକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ବାପା ମାଆ ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ଥି ଅଙ୍ଗନବାଡି କର୍ମୀ ଗିରଫ ହୋଇଛନ୍ତି।

Advertisment

ଗରିବୀ ପାଇଁ ଘରେ ଖାଇବାକୁ ନଥିବାରୁ ଗତ ୨୮ ତାରିଖରେ ଶିଶୁକନ୍ୟାକୁ ବିକ୍ରି କରିଥିବା ସ୍ୱୀକାର କରିଥିଲେ ଶିଶୁର ମାଆ ଓ ବାପା। ସେମାନେ ମହାକାଳପଡ଼ାର ଜଣେ ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଦେଇଥିଲେ। ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କିଛି ଜାଣିପାରିନ ଥିଲେ।

ଘଟଣା ସମ୍ବନ୍ଧରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବିକ୍ରି ଶିଶୁକୁ ଉଦ୍ଧାର କରିଥିଲେ। କର୍ମଚାରୀ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା କର୍ମୀ କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe