Advertisment

ଯାଜପୁରରେ ରେଳ ଦୁର୍ଘଟଣାର ପୁନରାବୃତ୍ତି, ୨୦୦୯ ମସିହାରେ ଯାଇଥିଲା ୧୬ ଜୀବନ

୨୦୦୯ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬୦ ଆହତ ହୋଇଥିଲେ।

ଅଦ୍ୟତନ ହୋଇଛି
train accident

train accident

Advertisment

ଘଟଣାର ପୁନରାବୃତ୍ତି। ଯାଜପୁର ରୋଡ଼୍‌ ଷ୍ଟେସନରେ ରେଳ ଦୁର୍ଘଟଣା ପୁଣି ନେଲା ଜୀବନ। ଆଜି ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ଯାହା ୨୦୦୯ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାକୁ ମନେପକାଇ ଦେଇଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬୦ ଆହତ ହୋଇଥିଲେ।

Advertisment

ରେଳ ବିଭାଗର ଦାୟିତ୍ୱହୀନତାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। କିଛିଦିନ ତଳେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଲୋକଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୨ ଶହ ଲୋକ ଆହତ ହୋଇଥିଲେ। ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ଜନ ଅସନ୍ତୋଷ ସୃଷ୍ଟି କରିଛି।

Jajpur Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe