Advertisment

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

ଯବାନଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
CRPF jawan

CRPF jawan

ତିନି ଦିନ ତଳେ ଜଗତସିଂହପୁରରୁ ନିଖୋଜ ହୋଇଯାଇଥିଲେ ଜଣେ ଯବାନ। ତାଙ୍କର କୌଣସି ପତ୍ତା ମିଳୁ ନଥିଲା। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍ ଯାଜପୁରରୁ ମିଳିଥିବା ବେଳେ ଆଜି ଆଜି ତାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ କୁଆଁର। ତାଙ୍କ ଘର ଏରସମା ଥାନା ଅଧୀନ ସୋମପୁର ଗାଁରେ ବୋଲି ଜଣାପଡ଼ିଛି। ସୂର୍ଯ୍ୟକାନ୍ତ ଛତିଶଗଡ଼ରେ କାର୍ଯ୍ୟରତ ଥିଲେ।

Advertisment

ସୂଚନା ଅନୁସାରେ, ସୂର୍ଯ୍ୟକାନ୍ତ କିଛି ଦିନ ହେବ ଛୁଟିରେ ଘରକୁ ଆସିଥିଲେ। ସେ ନିଜ ପତ୍ନୀଙ୍କ ସହ ଜଗସିଂହପୁର ଟାଉନରେ ରହୁଥିଲେ। ହେଲେ ତାଙ୍କ ପରିବାର ଲୋକେ ସୋମପୁର ଗାଁରେ ରହୁଥିଲେ। ଗତ ୧୭ ତାରିଖରେ ଜେଜିମାଆଙ୍କ ଶୁଦ୍ଧକ୍ରିୟା ପାଇଁ ନିଜ ଗାଁ ସୋମପୁରକୁ ଯାଇଥିଲେ ସୂର୍ଯ୍ୟକାନ୍ତ। ହେଲେ ଆଉ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନ ଥିଲେ।

୧୮ ତାରିଖରେ ସୂର୍ଯ୍ୟକାନ୍ତଙ୍କ ପତ୍ନୀ ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ସେହି ଦିନ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ଏକ ବାଇକ ମିଳିଥିଲା। ପୁଲିସ ତଦନ୍ତ କରିବା ପରେ ଏହା ସୂର୍ଯ୍ୟକାନ୍ତଙ୍କ ଗାଡ଼ି ବୋଲି ଜଣାପଡ଼ିଥିଲା। ଯାଜପୁର ପୁଲିସ ଏନେଇ ଜଗତସିଂହପୁର ଥାନାକୁ ଜଣାଇଥିଲା। ଜଗତସିଂପୁର ଥାନା ପୁଲିସର ପରାମର୍ଶ କ୍ରମେ ଗତକାଲି ଯାଜପୁର ପୁଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ଧାନମଣ୍ଡଳ ନିକଟ ପାହାଡ଼ରେ ବହୁ ଖୋଜାଖୋଜି କରିଥିଲା, ହେଲେ ଯବାନଙ୍କ କୌଣସି ପତ୍ତା ମିଳିନଥିଲା।

Advertisment

ଆଜି ସକାଳେ ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ଅଧ୍ୟକ୍ଷତାରେ ପୁଲିସର ତିନିଟି ଟିମ ଓ ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜା ଖୋଜି କରିଥିଲେ। ଶେଷରେ ଘଞ୍ଚ ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସୂର୍ଯ୍ୟକାନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ତାହା ଜଣାପଡ଼ିବ।  

Jajpur Crpf Jawan