Advertisment

ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ ଧାରଣା

ଯାଜପୁର(ଅଭୟ ପତି): ପାଟରଙ୍ଗା ଗାଁର ବିଚାରାଧୀନ କଏଦୀ ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ଘଟଣାର କେସ ରେଜିଷ୍ଟ୍ରେସନ ଦାବିରେ କୋରେଇ ଥାନାରେ ଧାରଣା ଦେଲେ ପରିବାର ଲୋକେ। ସୂଚନା ମୁତାବକ ଗତ କିଛିଦିନ ତଳେ କୋରେଇ ଥାନା ପାଟରଙ୍ଗାର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଯାଜପୁର ସବଜେଲରେ ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଥିଲେ। ୧୦ ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ  ନେଇଥିଲେ […]

ଅଦ୍ୟତନ ହୋଇଛି
ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ ଧାରଣା

yio

Advertisment

ଯାଜପୁର(ଅଭୟ ପତି): ପାଟରଙ୍ଗା ଗାଁର ବିଚାରାଧୀନ କଏଦୀ ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ଘଟଣାର କେସ ରେଜିଷ୍ଟ୍ରେସନ ଦାବିରେ କୋରେଇ ଥାନାରେ ଧାରଣା ଦେଲେ ପରିବାର ଲୋକେ। ସୂଚନା ମୁତାବକ ଗତ କିଛିଦିନ ତଳେ କୋରେଇ ଥାନା ପାଟରଙ୍ଗାର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଯାଜପୁର ସବଜେଲରେ ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଥିଲେ।

Advertisment

୧୦ ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ  ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁ ସୁମନ୍ତର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମୃତ ସୁମନ୍ତର ବାପା ଲକ୍ଷ୍ମୀଧର ଗତ ୧୩ ତାରିଖ ଦିନ ଯାଜପୁର ସବ ଜେଲର କର୍ତ୍ତୃପକ୍ଷଙ୍କ ନାଁରେ କୋରେଇ ଥାନାରେ ଅଭିଯୋଗ କରିଥିଲେ।

ହେଲେ  ୭୨ ଘଣ୍ଟା ବିତିଯାଇଥିଲେ ବି କୋରେଇ ଥାନା ଅଧିକାରୀ ତାଙ୍କ ଏତଲାକୁ ରେଜିଷ୍ଟ୍ରେସନ କରିନଥିବା ଆଜି ଅଭିଯୋଗ କରିଛନ୍ତି ସୁମନ୍ତଙ୍କ ପରିବାର । ତେବେ ସୁମନ୍ତର ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ନାଁରେ ଆଜି କେସ ରେଜିଷ୍ଟ୍ରେସନ ଦାବିରେ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଆସି ଥାନା ଆଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ଥାନା ଅଧିକାରୀ ଏକ ଷ୍ଟେସନ ଡାଇରୀ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe