Advertisment

ବର ବାହା ହେବାକୁ ଗାଡ଼ି ଧରି ଆସି ହାଜର, କନିଆ ଲୁଚି ପଳାଇଲା ଥାନାକୁ

କନିଆ ଜାଣିନି। ବର କିନ୍ତୁ ବାହା ହେବାକୁ ସଜବାଜ ହୋଇ ଗାଡ଼ି ଧରି କନିଆ ଦୂଆରେ ପହଞ୍ଚି ଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
child marriage stopped

child marriage stopped

କନିଆ ଜାଣିନି। ବର କିନ୍ତୁ ବାହା ହେବାକୁ ସଜବାଜ ହୋଇ ଗାଡ଼ି ଧରି ଆସି କନିଆ ଦୂଆରେ ହାଜର। ସାଙ୍ଗରେ ବରଯାତ୍ରୀ ବି ଥିଲେ। ବର ଗାଡ଼ି ଦେଖି କନିଆ ଘରୁ ଲୁଚି ଥାନାରେ ପହଞ୍ଚିଥିଲା। କନିଆ ନାବାଳିକା ହୋଇଥିବା ଓ ବାହା ହେବାକୁ ଇଛା ନ ଥିବା ଜାଣିବା ପରେ ସିଡବ୍ଲୁସି, ଚାଇଲ୍ଡ ଲାଇନ୍‌ କାନକୁ କଥା ଯାଇଥିଲା। ପରେ ପୁଲିସ କନିଆ ଘରେ ପହଞ୍ଚି ବର ସାଜି ଆସିଥିବା ଯୁବକ ଓ ତାର ପରିବାର ଲୋକଙ୍କୁ ଧରିଥିଲା। କନିଆ ଅଭିଭାବକଙ୍କୁ ମଧ୍ୟ ସାଙ୍ଗରେ ଧରି ଥାନାରେ ପହଞ୍ଚିଥିଲା। ପରେ ଉଭୟ ପକ୍ଷକୁ କାଉନସିଲିଂ କରାଯାଇଥିଲା।

Advertisment

ଯାଜପୁର ଜିଲ୍ଲା ପାଣକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତରେ ଏଭଳି ଏକ ଘଟଣା ଘଟିଛି। ପାଣିକୋଇଲି ଥାନା ପୁଲିସ ଏହି ବାଲ୍ୟବିବାହ ଅଟକାଇବାରେ ସଫଳ ହୋଇଛି। ବିବାହ କରିବାକୁ ଅସିଥିବା ଯୁବକ ଓ ପରିବାର ଲୋକଙ୍କୁ ପୁଲିସ ଏଭଳି ବେଆଇନ୍ କାର୍ଯ୍ୟ ନ କରିବାକୁ ତାଗିଦ୍ କରିଛି।

୧୫ ବର୍ଷିଆ ନାବାଳିକା ଜଣକ ସାବାଳିକା ନ ହେବା ପର୍ଯ୍ୟନ୍ତ ଏବଂ ସେ ଇଛା ପ୍ରକାଶ ନ କରିବା ଯାଏ ବିବାହ କାର୍ଯ୍ୟ ନ କରିବାକୁ ତାହାର ଅଭିଭାବକଙ୍କୁ ପୁଲିସ ବୁଝାଇଛି ଓ ଲିଖିତ ସ୍ୱୀକାରପତ୍ର ରଖିଛି। ସେପଟେ ଏହି ଘଟଣା ପରେ ନାବାଳିକା ଜଣକ ସମ୍ପୃକ୍ତ ଯୁବକଙ୍କ ପାଇଁ ବଦନାମ ହୋଇଥିବା ଅଭିଯୋଗ କରି ତାଙ୍କୁ ହିଁ ବିବାହ କରିବାକୁ ଜିଦ୍‌ ଧରି ବସିଛନ୍ତି।

Advertisment

ସୂଚନା ମୁତାବକ ପଥରପଦା ପଞ୍ଚାୟତରେ ଦୀର୍ଘଦିନ ହେବ ରହିଆସୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜଣେ ଯୁବକ ଗତକାଲି ଏହି ନାବାଳିକାଙ୍କୁ ବିବାହ କରିବାକୁ ଆସିଥିଲେ। ଯେଉଁଥିରେ ନାବାଳିକାଙ୍କ ପରିବାର ଲୋକଙ୍କ ସହମତି ରହିଥିଲା। ହେଲେ ବିବାହ କରିବାକୁ ବୟସ ହୋଇ ନ ଥିବାରୁ ନାବାଳିକା ଜଣକ ଘରୁ ଲୁଚି ଥାନାକୁ ପଳାଇଥିଲେ। ଇଛା ବିରୋଧରେ ବିବାହ ହେଉଥିବା ସେଠାରେ ଅଭିଯୋଗ କରିଥିଲେ।

Child Marriage