Advertisment

ଦିନ ଦ୍ୱିପ୍ରହରରେ ଡକାୟତି: ଗହଣା ଶୋ’ରୁମ୍‌ରୁ ୧୫ କେଜି ସୁନା ନେଇଗଲେ

କର୍ମଚାରୀଙ୍କୁ ୭ ଡକାୟତ ବନ୍ଧୁକ ମୁନରେ ଡରାଇ ଧମକାଇ ଗହଣା ଲୁଟି ଥିବା ସୂଚନା ମିଳିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Criminals rob jewellery shop

Criminals rob jewellery shop

ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଶୋ’ ରୁମ୍‌ ‘ସେନ୍‌କୋ’ରେ ଡକାୟତି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

Advertisment

୭ ଡକାୟତ ବନ୍ଧୁକ ମୁନରେ ପ୍ରଥମେ କର୍ମଚାରୀଙ୍କୁ ଡରାଇ ଧମକାଇ ଥିଲେ ଓ ପରେ ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି।

ଯୋଜନାବଦ୍ଧ ଭାବେ ଏହି ଡକାୟତମାନେ ଗ୍ରାହକ ବେଶରେ ବ୍ୟାଙ୍କରେ ପଶିଥିଲେ। ଗହଣା ଶୋ’ ରୁମ୍‌ରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍‌ପାଟ୍ କରିଥିଲେ।

Advertisment

ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତ ଡକାୟତ। ଡକାୟତଙ୍କ ମାଡ଼ରେ ଶୋ’ ରୁମ୍‌ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ତେବେ କେତେ ଟଙ୍କାର ଗହଣା ଲୁଟ୍ ସ୍ପଷ୍ଟ ହୋଇନି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Criminals rob jewellery shopଲୁଟ୍ ପରେ ମହିଳା କର୍ମଚାରୀମାନେ କାନ୍ଦୁଛନ୍ତି

ଅଭିଯୋଗ ହୋଇଛି ୧୫ କେଜି ସୁନା ସହିତ ରୁପା ମଧ୍ୟ ଲୁଟ୍ ହୋଇଛି। ଡକାୟତମାନେ ହିନ୍ଦିରେ କଥା ହେଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ।

ଗହଣା ଶୋ’ ରୁମ୍‌ର ମ୍ୟାନେଜର ପ୍ରଣବ ସାହୁ କହିଛନ୍ତି, ଦିନ ପ୍ରାୟ ୧.୪୫ରେ ସେ କ୍ୟାଣ୍ଟିନ୍‌ରେ ଖାଇସାରି ଆସୁଥିବା ବେଳେ ଡକାୟତମାନେ ସିକ୍ୟୁରିଟିକୁ ପିଟୁଥିବା ଦେଖିବାକୁ ପାଇଥିଲେ। ଦୌଡି ଆସି ସିକ୍ୟୁରିଟି ପାଖରେ ପହଞ୍ଚିବା କ୍ଷଣି ଡକାୟତମାନେ ତାଙ୍କ ସାର୍ଟ କଲର ଧରି ଘୋଷାଡି ନେଇଥିଲେ। ପୁରୁଷ ଓ ମହିଳାମାନଙ୍କୁ ବନ୍ଧୁକ ଦେଖାଇ ଅଲଗା ଅଲଗା ସ୍ଥାନରେ ବସାଇ ରଖିଥିଲେ। ପୁରୁଷ କର୍ମଚାରୀଙ୍କୁ ପିଟିବା ସହ ମାରିଦେବାକୁ ଧମକାଇ ଥିଲେ। କେହି ଆଲାରମ ବଜାଇଲେ କିମ୍ବା ବାହାର ଲୋକଙ୍କୁ ସୂଚନା ଦେବାକୁ ଚେଷ୍ଟା କଲେ ଗୁଳି କରିଦେବେ ବୋଲି ବାରମ୍ବାର କହୁଥିଲେ। ସମସ୍ତ ଡକାୟତଙ୍କ ପାଖରେ ବନ୍ଧୁକ ଥିଲା। ଏହି ଘଟଣାରେ ଅତ୍ୟଧିକ ଭୟଭୀତ ହୋଇ ଜଣେ ମହିଳା ଓ ଜଣେ ପୁରୁଷ ଚେତା ହରାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡକାୟତମାନେ କର୍ମଚାରୀମାନଙ୍କ ମୋବାଇଲ ସହିତ ଶୋ’ରୁମ୍‌ କମ୍ପ୍ୟୁଟରରୁ ହାର୍ଡଡିସ୍କ ଖୋଲି ନେଇଯାଇଛନ୍ତି। ପାଖାପାଖି ୪୫ ମିନିଟ୍‌ ଧରି ଡକାୟତମାନେ ଶୋ’ରୁମ୍‌ ଭିତରେ ଉତ୍ପାତ ଜାରି ରଖିଥିଲେ। ଶୋ ରୁମ୍‌ରୁ କେତେ ପରିମାଣର ଅଳଙ୍କାର ଲୁଟ୍ କରିଛନ୍ତି ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

Gunସିକ୍ୟୁରିଟିର ବନ୍ଧୁକ ଭାଙ୍ଗି ଦେଇଛନ୍ତି ଡକାୟତ

ଏହି ଜୁଏଲାରୀ ଶୋ’ ରୁମ୍‌କୁ କିଣାକିଣି କରିବାକୁ ଆସିଥିବା ବିଜୟ କୁମାର ସ୍ୱାଇଁ ଓ ତାଙ୍କ ପତ୍ନୀ କହିଛନ୍ତି, ଶୋ’ ରୁମ୍ ଗେଟ୍ ପାଖରେ ପହଞ୍ଚିବା କ୍ଷଣି ଜଣେ ବ୍ୟକ୍ତି ମେଟାଲ ଡିଟେକ୍ଟରରେ ପ୍ରଥମେ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଦୁହିଁଙ୍କୁ ଭିତରକୁ ପେଲି ଦେଇଥିଲେ। ଭିତରେ ଉପସ୍ଥିତ ଡକାୟତମାନେ ସେମାନଙ୍କୁ ଧରି ନେଇ ଗୋଟିଏ ସ୍ଥାନରେ ବସାଇ ଦେଇଥିଲେ ଏବଂ ମୋବାଇଲ ଛଡ଼ାଇ ନେଇଥିଲେ। ହେଲେ ପିନ୍ଧିଥିବା ସୁନାଗହଣା ମାଗି ନ ଥିଲେ। ଜୁଏଲାରୀ ଶୋ’ ରୁମ୍‌ରେ ଡକାୟତି କରିସାରିବା ପରେ ଘଟଣାସ୍ଥଳରୁ ପଳାଇଥିଲେ। ମହିଳାମାନଙ୍କୁ ଟଏଲେଟ୍‌ ଭିତରେ ପୂରାଇ ବାହାରୁ କବାଟ ଲକ୍ କରିଦେଇଥିଲେ। ଯିବା ବେଳେ ଶୋ’ରୁମ୍ ବାହାରୁ ମଧ୍ୟ ଲକ୍ କରି ଦେଇଥିଲେ। ପୁଲିସ ପହଞ୍ଚି ଶୋ’ ରୁମ୍ ଲକ୍ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲା।

Crime Jajpur Robbery Jeweller